ଟିଟିଲାଗଡ଼ : ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଅଂଶୁଘାତରେ ମହିଳା ମୃତ

The Statesman

ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍‌ କଲୋନିରେ ରହୁଥିବା କସ୍ତୁରୀ ବାରିକ (୨୨ ବର୍ଷ)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ିନାହିଁ। ପୁଲିସ ଥାନା କେସ୍‌ ନଂ ୩୮/୨୦ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଟିଟିଲାଗଡ଼ ବ୍ଲକ୍‌ ଅଞ୍ଚଳରେ ଆବାସ ଯୋଜନା ସଂଯୋଜକ ଭାବେ କାର୍ଯ୍ୟ କରୁଥିବା ବଲାଙ୍ଗୀରର ମୂଳବାସିନ୍ଦା କିଶୋର ସାହୁ ସବୁ ଦିନ ପରି ଗୁରୁବାର ମଧ୍ୟ ଅଫିସକୁ ଆସିଥିଲେ। ଅଫିସରେ କାମ କରୁଥିବା ସମୟରେ ହଠାତ୍‌ କୌଣସି ଏକ କାଗଜ ଆଣିବା ପାଇଁ ଘରକୁ ଯାଇଥିଲେ। ସେତେବେଳେ ବେଡରୁମରେ ତାଙ୍କ ସ୍ତ୍ରୀ କସ୍ତୁରୀ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। କସ୍ତୁରୀଙ୍କ ବେକର ଡାହାଣ ପଟେ କ୍ଷତଚିହ୍ନ ମଧ୍ୟ ଥିଲା ଓ ଘରର ବାରିପଟ କବାଟ ବନ୍ଦ ରହିଥିବା କିଶୋର କହିଥିଲେ। କିଶୋର ଆସି ତାଙ୍କ ସହକର୍ମୀଙ୍କୁ ଜଣାଇବା ପରେ ତୁରନ୍ତ କସ୍ତୁରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ଅଣାଯାଇଥିଲା। ହେ‌ଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କସ୍ତୁରୀ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଅଞ୍ଚଳର ଏବଂ ପ୍ରାୟ ଦୁଇବର୍ଷ ତଳେ ସେମାନଙ୍କ ବିବାହ ହୋଇଥିଲା। କସ୍ତୁରୀ ବର୍ତ୍ତମାନ ଗର୍ଭବତୀ ମଧ୍ୟ ଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସଂପୂର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe