ଦେଓଗାଁ: ଜଣେ ମହିଳା ଫରେଷ୍ଟଙ୍କୁ ଅଫିସ ଭିତରେ ସାମ୍ବାଦିକ ପରିଚୟ ଦେଇ ଜଣେ ବ୍ୟକ୍ତି ଅଭଦ୍ର ଭାଷାରେ ଗାଳି କରିବା ସହିତ ହତ୍ୟା ଧମକ ଦେଇଥିବା ବିଷୟରେ ଦେଓଗାଁ ଫାଣ୍ଡିରେ ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ଅଭିଯୁକ୍ତ ସଇଁନ୍ତଳା ଗାଁର ଅଜିତ ବେହେରାଙ୍କୁ ଅଟକ ରଖି ପଚରା ଉଚରା କରୁଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଦେଓଗାଁ ରେଞ୍ଜ ଅନ୍ତର୍ଗତ ଦେଓଗାଁର ମହିଳା ଫରେଷ୍ଟର ତାଙ୍କ ଅଫିସ ଭିତରେ କାମ କରୁଥିଲେ। ଦିନ ୧୧ଟା ସମୟରେ ଅଭିଯୁକ୍ତ ଅଜିତ ଆସି ନିଜକୁ ଜଣେ ସମ୍ବାଦିକ କହି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବାଟରେ ଦେଖିଲେ ମାରି ଦେବାକୁ ଧମକ ଦେଇଥିଲେ। ସେଠାରୁ ପଳାଇଯିବା ପରେ ଜଙ୍ଗଲ ବିଭାଗର ସହଯୋଗୀମାନଙ୍କ ସାହାଯ୍ୟରେ ତାଙ୍କୁ ଡାକି ଆଣି ଦେଓଗାଁ ଫାଣ୍ଡିରେ ଦେଇଥିବା ଜଣାପଡ଼ିଛି।
ମହିଳା ଫରେଷ୍ଟରଙ୍କୁ ଗାଳି ଓ ହତ୍ୟା ଧମକ, ଅଭିଯୁକ୍ତ ଅଟକ
Advertisment
Follow Us