ନବନିର୍ମିତ କୋଠାର ଲିଫ୍ଟ ଖାଲରେ ପଡ଼ି ଶ୍ରମିକ ମୃତ

Advertisment
ସାପ କାମୁଡ଼ାରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

sisat

କଣ୍ଟାବାଞ୍ଜି: ଆଜି ଗୁରବାର ସକାଳ ୬ ଟା ସମୟରେ କଣ୍ଟାବାଞ୍ଜିସ୍ଥିତ ରୋଡ ନମ୍ବର ୩ରେ ତିଆରି ହୋଉଥିବା କୋଠାର ଲିଫ୍ଟ ଖାଲରେ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ପ୍ରକାଶ ଯେ କଣ୍ଟାବାଞ୍ଜି ରୋଡ ନମ୍ବର ୩ ହରିଭବନ ସମ୍ମୁଖରେ ରାଜେଶ ଜୈନଙ୍କ ଏକ ଏକ ନବନିର୍ମିତ କୋଠାର ନିର୍ମାଣ କାମ ଚାଲୁଛି। କୋଠାଟି ପ୍ରାୟ ସମ୍ପୂର୍ଣ୍ଣ ହୋଇ ଆସିଥିବା ବେଳେ କୋଠା ଭିତରେ ଫର୍ନିଚର କାମ ପାଇଁ ଚାଲୁରହିଛି।

ଏହି କାମକୁ ରାଜସ୍ଥାନରୁ ଆସି କେତେକ ଫର୍ନିଚର ତିଆରି କାମରେ ନିୟୋଜିତ ଅଛନ୍ତି। ତେବେ ରାତି ସମୟରେ ସମସ୍ତେ ଶ୍ରମିକ ଖାଇ ଶୋଇ ପଡ଼ିଥିବା ବେଳେ ଆଜି ସକାଳୁ ସକାଳୁ ଅନିଲ ସୁଧାର ନାମକ ୨୫ ବର୍ଷିୟ ଯୁବକ ଲିଫ୍ଟ ଖାଲରେ ପଡ଼ିଥିବା ଅନ୍ୟ ଶ୍ରମିକମାନେ ଦେଖିବାକୁ ପାଇଥିଲା। ଶ୍ରମିକମାନେ ତାଙ୍କୁ ତୁରନ୍ତ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଅନ୍ୟ ଶ୍ରମିକଙ୍କ କହିବା ଅନୁସାରେ ମୃତ ଅନିଲ ଆଜି ସକାଳୁ ଶୌଚ ହେବାକୁ ତିନି ମହଲା କୋଠାରୁ ତଳକୁ ଆସୁଥିବା ବେଳେ ଲିଫ୍ଟ ଖାଲରେ ପଡ଼ିଥିବା ବୋଲି ସନ୍ଦେହ କରୁଛନ୍ତି। ମୃତକ ଜଣକ ରାଜସ୍ଥାନର ରାଜଗଡ଼ ତହସିଲର ମଲବାସ ଗାଁର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକଲ, ଏଏସଆଇ ପ୍ରଦୀପ କୁମାର ଦୁରିଆ ପ୍ରମୁଖ ପହଞ୍ଚି ସ୍ଥିତି ଦେଖିବା ସହ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe