ବିଶ୍ବ ପର୍ଯ୍ୟଟନ ଦିବସ: ହରିଶଙ୍କରରେ ପ୍ଲାଷ୍ଟିକ ବୋତଲ ବ୍ୟବହାର ନକରିବାରୁ ବାର୍ତ୍ତା

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ବିଶ୍ବ ପର୍ଯ୍ୟଟନ ଦିବସ ଓ ସେବା ପକ୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ୍ ପ୍ରଶାସନ ତରଫରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଶନିବାର...

harishankr

ଧଣ୍ଡାମୁଣ୍ଡା: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ବିଶ୍ବ ପର୍ଯ୍ୟଟନ ଦିବସ ଓ ସେବା ପକ୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ୍ ପ୍ରଶାସନ ତରଫରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଶନିବାର ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପର୍ଯ୍ୟଟନ କ୍ଷେତ୍ର ମାନଙ୍କରେ ଭାତୃଭାବ ସହିତ ସ୍ୱଚ୍ଛତାକୁ ଗୁରୁତ୍ଵ ଦେବାକୁ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ ସ୍ୱଚ୍ଛତା ଉପରେ ସଚେତନତା ବାର୍ତ୍ତା ଦେଇଥିଲେ। ପରେ ଝରଣା ପାଖ ଓ ମନ୍ଦିର ତଳି ସ୍ଥାନକୁ ସଫେଇ କରିବା ସହିତ ଝରଣା ଓ ମନ୍ଦିର ପାଖାରେ ପ୍ଲାଷ୍ଟିକ ବୋତଲ ବ୍ୟବହାର ନ କରିବାରୁ ପର୍ଯ୍ୟଟକଙ୍କୁ ଅନୁରୋଧ କରିଥିଲେ। 

ଏହି ଅବସରରେ ହରିଶଙ୍କର ବନପାଳ ରଞ୍ଜିତ କୁମ୍ଭାର, ନାନ୍ଦୁପଲା ସରପଞ୍ଚ ପ୍ରତିନିଧି ଉମେଶ ପୁଝାରୀ, ଏଡିଇଓ ଦେବେଶ ମିଶ୍ର, ପରିବେଶ କର୍ମୀ ଅଭୟ ତ୍ରିପାଠୀ, ମୋ ଜଙ୍ଗଲ ଯୋଜନା ଡିଓ ତହସିଲ ବାଗ, ସ୍ୱଚ୍ଛ ଭାରତ ମିସନ ବ୍ଲକ୍ ସଂଯୋଜକ ଫକିର ଭୁଏ, ଅନଙ୍ଗ ବିଶ୍ଵାଳ, ପିତାମ୍ବର ମହାକୁଡ, ତୁଲାରାମ ବରିହା ସମେତ ସ୍ବେଚ୍ଛାସେବୀ, ମନ୍ଦିର ସଫେଇ କର୍ମଚାରୀ ଉପସ୍ଥିତ ଥିଲେ।

Balangir 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe