ଶୌଚ ପାଇଁ ଯାଉଥିବା ବେଳେ ଅଘଟଣ: ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ

Advertisment
ଶୌଚ ପାଇଁ ଯାଉଥିବା ବେଳେ ଅଘଟଣ: ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ଶୌଚ ପାଇଁ ଯାଇଥିବା ବେଳେ ଅଘଟଣ,  ଟ୍ରକ୍ ଧକ୍କାରେ ଯୁବକଙ୍କ ଶୋଚନୀୟ ମୃତ। ମୁରିବାହାଲରୁ ବଙ୍ଗୋମୁଣ୍ଡା ଅଭିମୁଖେ ଆସୁଥିବା ଟ୍ରକ୍ ପତ୍ରାପାଲି ଗାଁ ନିକଟରେ ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା। ମୃତକ ହେଉଛନ୍ତି ପତ୍ରାପାଲି ଗ୍ରାମର ମହାଦେବ ମାଝୀ।

ପରିବାରର ମୁଖ୍ୟଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଉତ୍ତ୍ୟକ୍ତ ଲୋକେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି  ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେରେ ମୁରିବାହାଲ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏବେ ବି ଆନ୍ଦୋଳନକାରୀ ମାନେ ଜିଦରେ ଅଟଳ ଅଛନ୍ତି। ଟ୍ରକ ଡ୍ରାଇଭରଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe