Greater Kashmir
କଣ୍ଟାବାଞ୍ଜି/ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭବାନୀପାଟଣା - ରାଇପୁର ୧୬ ନମ୍ବର ରାଜ୍ୟ ରାଜପଥର ଶୁଣ୍ଢିମୁଣ୍ଡା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ। ମିଳିଥିବା ସୁଚନା ଅନୁଯାୟୀ ଆଜି ମଙ୍ଗଳବାର ଭୋର ସମୟ ୩ ଟା ରୁ ୪ ଘଣ୍ଟା ସମୟରେ ଶୁଣ୍ଢିମୁଣ୍ଡା ଗ୍ରାମର ଭୁଦେବ ଗହୀର (୩୫) କୌଣସି କାମ ପାଇଁ ଘରୁ ଚାଲିଚାଲି ବାହାରକୁ ଯାଇଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଏହାକୁ ନେଇ ଗ୍ରାମବାସୀ ସକାଳୁ ସକାଳୁ ୧୬ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ। ରାସ୍ତା ବନ୍ଦ ଥିବାରୁ ଅଟକି ରହିଥିଲା ଅନେକ ଚାରିଚକିଆ ଗାଡ଼ି।
ଖବର ପାଇ ସିନ୍ଧେକେଲା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଉପସ୍ଥିତ ଥିବା ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଯାଇ ଥିବା ସିନ୍ଧେକେଲା ଆଇଆଇସି ବସନ୍ତ ଦଲାଇ ସୁଚନା ଦେଇଛନ୍ତି।
Follow Us