ଭାଇର ମୃତ୍ୟୁ ଖବର ଶୁଣି ବିଷ ପିଇଥିବା ସାନ ଭାଇର ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଗଲା

Advertisment
ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ପାଟଣାଗଡ଼: ବେଲପଡା ବ୍ଲକ ବାଗଦୋର ପଞ୍ଚାୟତ ଅନ୍ତର୍ଗତ କୁମାରଖୁନ ଗ୍ରାମର ଡମ୍ବରୁ ଓରଫ ଦୀପକ ପୁଟେଲ କିଛି ଲୋକଙ୍କ ସହିତ ନିକଟସ୍ଥ ଗଞ୍ଜାଧାର ଜଳ ସେଚନ ପ୍ରକଳ୍ପର ମୁଖ୍ୟ କେନାଲକୁ ମାଛ ଧରିବା ପାଇଁ ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇବା ପରେ ଦୀପକଙ୍କ ସାନ ଭାଇ ବିଶ୍ବଜିତ ପୁଟେଲ ବିଷପାନ କରିଥିବା ଜଣା ପଡିଥିଲା।

ତାଙ୍କୁ ପ୍ରଥମେ ବେଲପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଓ ପରେ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତି ୧ଟା ପରେ ବିଶ୍ବଜିତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ବିଶ୍ବଜିତଙ୍କ ମୃତ୍ୟୁ ହୋଇଥିବା ବେଳେ ଏଯାବତ୍ ଶରୀର ବ୍ୟବ‌‌ଚ୍ଛେଦ ହୋଇନାହିଁ। ଆଉ କିଛି ସମୟ ମଧ୍ୟରେ ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe