ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ:କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ:କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ବଲାଙ୍ଗୀର,: ବଲାଙ୍ଗୀର-ସୋନପୁର ଜିଲ୍ଲା ସୀମାନ୍ତ ତଥା ବଲାଙ୍ଗୀର ପୁଇଁନ୍ତଲା ଥାନା ଅଧୀନ ବୈରାସର ନିକଟରେ ଜଣେ ବ୍ୟକ୍ତିଙ୍କ ଶବ ରାସ୍ତା କଡ଼ରେ ପଡିଥିଲା। ମୃତକଙ୍କ ନାଁ ଜଳ ପାଣ୍ଡେ ଓ ସେ ଠେଲକୋମୁଣ୍ଡା ଗାଁର। ୪୪ ବର୍ଷୀୟ ଜଳଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ। ବୈରାସରରେ ବୁଧୁବାର ସକାଳ ୯ଟାରୁ ୧୧ଟା ଯାଏ ରାସ୍ତା ଅବରୋଧ କରିଥିଲେ। ମାମଲାର ତଦନ୍ତ ଓ ମୃତକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଲୋକେ ଦାବି ରଖିଥିଲେ।

ପୁଇଁନ୍ତଲା ଥାନାର ଅତିରିକ୍ତ ଆଇଆଇସି ଦାୟିତ୍ୱରେ ଥିବା ଟାଉନ୍‌ ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ, ଏସ୍‌ଡିପିଓ ନାରାୟଣ ନାୟକ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଅବରୋଧରୁ ହଟିଯିବା ପାଇଁ ଆଲୋଚନା କରିଥିଲେ। ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ଦିଆଯିବା ପରେ ଅବରୋଧ ହଟିଥିଲା। ସେହିପରି ଏହା ହତ୍ୟାକାଣ୍ଡ ନା ସ୍ୱାଭାବିକ ମୃତ୍ୟୁ ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଥିଲା। ପୁଇଁନ୍ତଲା ଥାନାରେ ପ୍ରାଥମିକ ଭାବେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ପୁଲିସ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ୨ ଘଣ୍ଟା ଧରି ରାସ୍ତା ଅବରୋଧ ଯୋଗୁଁ ବହୁ ଯାତ୍ରୀବାହୀ ବସ୍‌ ଓ ସାଧାରଣ ଲୋକେ ହଇରାଣ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe