ଦେଓଗାଁ: ବାହାଘର ଭୋଜିଭାତରେ ଭିନ୍ନ ଏକ ଉଦ୍ୟମ କରି ଚର୍ଚ୍ଚାକୁ ଆସିଛନ୍ତି ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ସମରା ଗାଁର ଏକ କୁମ୍ଭକାର ପରିବାର। ସମରା ଗାଁର ଚକା ରଣାଙ୍କ ପୁଅ ମାନସ ରଣାଙ୍କ ବାହାଘର ଭୋଜି ଥିଲା। ପ୍ରାୟ ୧୨ ଶହ ନିମନ୍ତ୍ରିତ ଅତିଥି ବାହାଘର କାର୍ଯ୍ୟକ୍ରମରେ ଯୋଗଦେଇ ଭୋଜି ଖାଇଥିଲେ। ସମସ୍ତଙ୍କ ପାଇଁ ମାଟିପାତ୍ରର ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ କୁମ୍ଭକାର ଚକା ରଣାଙ୍କ ପରିବାର ପ୍ରାୟ ୬ ହଜାର ମାଟି ପାତ୍ର ତିଆରି କରିଥିଲେ। ମାଟିପାତ୍ର ସହିତ ମାଟି ତିଆରି ଗ୍ଲାସରେ ପିଇବା ପାଇଁ ପାଣି ମଧ୍ୟ ଦିଆଯାଇଥିଲା। ମାଟିପାତ୍ରରେ ଭୋଜନ କରି ଅତିଥିମାନେ ମଧ୍ୟ ବେଶ୍ ଆତ୍ମତୃପ୍ତି ଲାଭ କରିଥିଲେ।
ଶ୍ରୀ ରଣାଙ୍କ କହିବା ଅନୁସାରେ, ୧୨ ଶହ ସେଟ୍ ମାଟିପାତ୍ର ନିର୍ମାଣ ବାବଦରେ ୨୨ରୁ ୨୫ ହାଜର ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ଗୋଟିଏ ଟ୍ରିପ ମାଟି ଓ ଜାଳେଣି ଲାଗିଛି। ବଜାର ଦରରେ ହିସାବ କଲେ ଗୋଟିଏ ସେଟ୍କୁ ୬୦ରୁ ୮୦ ଟଙ୍କା ହେବ, ତାହା ପୁଣି ସାଇଜ ଅନୁଯାୟୀ ବୋଲି ଶ୍ରୀ ରଣା କହିଛନ୍ତି।
  
 Follow Us