ଶୁଣିଲାନି ବିଦ୍ୟୁତ୍‌ ବିଭାଗ:ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ମହିଳା

Advertisment
ଶୁଣିଲାନି ବିଦ୍ୟୁତ୍‌ ବିଭାଗ:ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ମହିଳା

ବଲାଙ୍ଗୀର: ଏକ ବର୍ଷ ହେଲା ପଡ଼ାର ଟ୍ରାନ୍ସଫର୍ମର ପୋଡ଼ି ଯାଇଛି। ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ବଦଳା ହେଲା ନାହିଁ। ବରଂ ହୁକ ଯୋଗେ ଅନ୍ୟ ଏକ ଟ୍ରାନ୍ସଫର୍ମରରୁ ପଡ଼ାକୁ ବିଦ୍ୟୁତ ସଂଯୋଗ କରାଯାଇଛି। ଉକ୍ତ ହୁକରେ ସ୍ପାର୍କିଂ ହେଉଥିବାରୁ ପଡ଼ାବାସୀଙ୍କ ଘରେ ଥିବା ବୈଦ୍ୟୁତିକ ଉପକରଣ ନଷ୍ଟ ହୋଇ ଯାଉଛି। ଏ ବିଷୟରେ ମଧ୍ୟ ବିଦ୍ୟୁତ ବିଭାଗ ନିକଟରେ ଅଭିଯୋଗ କରି ପଡ଼ାବାସୀ ନିରାଶ ହୋଇଛନ୍ତି। ଶେଷରେ ପଡ଼ାର ମହିଳାମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ, ବଲାଙ୍ଗୀର ପୌର ପାଳିକାର ୪ ନମ୍ବର ୱାର୍ଡ ଅନ୍ତର୍ଗତ ତାଲପାଲି ପଡ଼ା ନିକଟ ଖଇରାପଡ଼ାର ଟ୍ରାନ୍ସଫର୍ମର ପ୍ରାୟ ଏକ ବର୍ଷ ହେଲା ପୋଡ଼ି ଯାଇଛି। ବିଦ୍ୟୁତ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରି ପଡ଼ାବାସୀ ନିରାଶ ହୋଇଛନ୍ତି। ଟ୍ରାନ୍ସଫର୍ମର ବଦଳାଇବା ପରିବର୍ତ୍ତେ କାମଚଳା ଭାବରେ ହୁକ କରି ଅନ୍ୟ ଏକ ଟ୍ରାନ୍ସଫର୍ମରରୁ ପଡ଼ାକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ପଡ଼ାକୁ ବିଦ୍ୟୁତ ଯୋଗାଣ ତ ହେଉଛି ତେବେ ଏଥିପାଇଁ ପଡ଼ାବାସୀଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ହୁକ କରାଯାଇଥିବା ସ୍ଥାନ ହୁଗୁଳା ଥିବାରୁ ସର୍ବଦା ସ୍ପାର୍କିଂ ହେଉଛି। ଏଥି ଯୋଗୁଁ ପଡ଼ାବାସୀଙ୍କ ଟିଭି, ଫ୍ରିଜ ଆଦି ବୈଦ୍ୟୁତିକ ଉପକରଣ ନଷ୍ଟ ହୋଇ ଯାଇଥିବା ପଡ଼ାର ମହିଳାମାନେ ଅଭିଯୋଗ କରିଛନ୍ତି। ଏହି ସମସ୍ୟା ବିଷୟରେ ମଧ୍ୟ ବିଦ୍ୟୁତ ବିଭାଗକୁ ଅବଗତ କରାଯାଇଛି। ହେଲେ ବିଭାଗ ଅଣଦେଖା କରିଥିବାରୁ ଶେଷରେ ଗୁରୁବାର ପଡ଼ାର ମହିଳାମାନେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe