ବାଲେଶ୍ୱର: ବାଲେଶ୍ୱର ଝାମ୍ପରାହାଟ ଚାନ୍ଦିପୁର ଥାନା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ମମତା ମାନା ଓ ବୟସ ୨୭ବର୍ଷ ଏବଂ ଘର ଖଣ୍ଟପଡ଼ା ଥାନା ଇଞ୍ଚଡି କଳାମାଠିଆ ବୋଲି ଜଣାପଡ଼ିଛି।
/sambad/media/post_attachments/wp-content/uploads/2017/11/0-3-300x185.jpg)
ସୂଚନାଯୋଗ୍ୟ, ମଙ୍ଗଳବାର ମମତା ମାନା ତାଙ୍କ ସ୍ୱାମୀ ଚନ୍ଦନ ମାନାଙ୍କ ସହିତ ଦୁଇଝିଅଙ୍କୁ ନେଇ ଚାନ୍ଦିପୁର ବୁଲିବାକୁ ଯାଇଥିଲେ। ଏହି ସମୟରେ ସାମ୍ନପଟୁ ଏକ ଦ୍ରୁତଗତିରେ ଆସୁଥିବା ଏକ ପିକ୍-ଅପ୍ ଭ୍ୟାନ୍ ମମତା ବସିଥିବା ବାଇକ୍କୁ ଧକ୍କା ଦେଇଥିଲା। ମମତା ଓ ତାଙ୍କ ଦୁଇଝିଅ ଗାଡ଼ିରୁ ଝିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ମମତାଙ୍କ ମୃତ୍ୟୁ ହୋଇଥିଲା ବେଳେ ଝିଅ ଝିଲି ଓ ବୁଲି ଗୁରୁତର ଆହତ ହୋଇଛନ୍ତି।
Follow Us