ବାଲେଶ୍ବର: ୧ କୋଟିରୁ ଅଧିକ ଟଙ୍କାର‌ ବ୍ରାଉନ୍‌ ସୁଗାର ଜବତ, ୩ ଗିରଫ

ବାଲେଶ୍ବର: ୧ କୋଟିରୁ ଅଧିକ ଟଙ୍କାର‌ ବ୍ରାଉନ୍‌ ସୁଗାର ଜବତ, ୩ ଗିରଫ

London Free Press

ଭୁବନେଶ୍ବର: ବାଲେଶ୍ବର ପୁଲିସ୍‌ ସହାୟତାରେ କ୍ରାଇମ୍‌ ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌‌  ଚଢ଼ାଉ କରି ବ୍ର‌ାଉନ୍‌ ସୁଗାର କାରବାର କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସହଦେବଖୁଣ୍ଟାର ହୋଟେଲ୍‌‌ ଜ୍ୟୋତି ସାଗର ନିକଟରେରେ ଏହି ଚଢ଼ାଉ ହୋଇଥିବା ସୂଚନା ରହିଛି। ଅଭିଯୁକ୍ତମ‌ାନେ ହେଲେ ମସ୍‌ଜିଦ୍‌ ଗଳିର ଏସ୍‌ କେ ଜମିର୍‌, ନୟାବଜାରର ପ୍ରଭାତ କୁମାର ସେଠୀ ଓ କାଶିମେଲା ସୁକୁରାଜର ଯଶୋବନ୍ତ ବାଗ। ଏହି ୩  ଅଭିଯୁକ୍ତ ବାଲେଶ୍ବର ଜିଲ୍ଲାର ସହଦେବଖୁଣ୍ଟା ପୁଲିସ୍‌‌ ‌ଷ୍ଟେସନ୍‌ ଅଞ୍ଚଳର ବୋଲି ଜଣାପଡ଼ିଛି । ଚଢ଼ାଉ ସମୟରେ ୮୫, ୬୬୦ ଟଙ୍କା ଓ ୧ କିଲୋ ୧୦୫ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ ହୋଇଛି। ଜବତ ବ୍ରାଉନ୍‌ ସୁଗାରର ମୂଲ୍ୟ ୧ କୋଟିରୁ ଊର୍ଧ୍ବ ହେବ ବୋଲି କୁହାଯାଉଛି।  ଏହାବ୍ୟତୀତ ଅନ୍ୟ କିଛି ଅପରାଧିକ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe