ଇମାମି ପେପର୍‌ ମିଲ୍‌ ଅଞ୍ଚଳରୁ ୧୦୧ ପଜିଟିଭ୍‌‌ ଚିହ୍ନଟ, କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲା ଜିଲ୍ଲା ପ୍ରଶାସନ

Advertisment
ଇମାମି ପେପର୍‌ ମିଲ୍‌ ଅଞ୍ଚଳରୁ ୧୦୧ ପଜିଟିଭ୍‌‌ ଚିହ୍ନଟ, କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲା ଜିଲ୍ଲା ପ୍ରଶାସନ

ବାଲେଶ୍ବର: ମା‌ତ୍ରାଧିକ କରୋନା ସଂକ୍ରମଣ ଚିହ୍ନଟ କାରଣରୁ ବାଲେଶ୍ବରସ୍ଥିତ ଇମାମି ପେପର୍‌ ମିଲ୍‌ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଗତ ଶୁକ୍ରବାର ଦିନ ଇମାମି ପେପର ମିଲ ନିକଟସ୍ଥ ବାଲଗୋପାଲ ପୁର ସ୍କୁଲ ପରିସରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍‌ ଟେଷ୍ଟ ପାଇଁ ସ୍ବାବ୍ ନିଆଯାଇଥିବା ବେଳେ ଆଜି ତାର ରିପୋର୍ଟ ଆସିଛି। ଇମାମି ପେପର୍‌ ମିଲ୍‌ ଅଞ୍ଚଳରୁ ସମୁଦାୟ ୧୦୧ ପିଜିଟଭ୍‌‌ ଚିହ୍ନଟ ହୋଇଥିବା ବେଳେ ୯୦ ଜଣ ହେଉଛନ୍ତି କେବଳ ଇମାମି କର୍ମଚାରୀ ଓ ବାକି ୧୧ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସିଡିଏମ୍‌ଓ ଦୁଲାଳସେନ୍ ଜଗଦ୍ଦେବ ସୂଚନା ଦେଇଛନ୍ତି।

ଆଜି ବାଲେଶ୍ବରରୁ ଚିହ୍ନଟ ମୋଟ୍‌ ୧୫୮ ସଂକ୍ରମିତଙ୍କ ମଧ୍ୟରୁ ଇମାମି କଲୋନିରୁ ସର୍ବାଧିକ ୯୦ ଜଣ, ବାଲଗୋପାଲପୁର ଅଞ୍ଚଳରୁ ୧୧ ଜଣ ଏବଂ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରୁ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଇମାମି ମିଲ୍ ଅଞ୍ଚଳରେ କରୋନା ବିସ୍ଫୋରଣ ପରେ କଲୋନିକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସହ ୨ ନମ୍ବର ୟୁନିଟ୍‌ ମେସିନ୍ ଓ ଫିନିସିଂ ୟୁନିଟକୁ ସଟଡାଉନ କରାଯାଇଛି।

ଏଥି ସହିତ ଇମାମିର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ କରି ଦିଆଯାଇଛି। ପୁଲିସ ସଂପୃକ୍ତ ଅଞ୍ଚଳକୁ ସିଲ୍‌ କରିଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେଠାରେ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଇମାମିରେ ଶ୍ରମିକ, ଠିକା କର୍ମଚାରୀ ଓ ଅଫିସରଙ୍କୁ ମିଶାଇ ୩ ହଜାର ଲୋକ କାମ କରୁଛନ୍ତି। ବାହାର ରାଜ୍ୟରୁ ଆସିଥିବା ଶ୍ରମିକଙ୍କଠାରୁ ଅନ୍ୟମାନେ ସଂକ୍ରମିତ ହୋଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe