ନୀଳଗିରିରେ ବର୍ଷା ହେତୁ କାନ୍ଥ ପଡ଼ି ୨ ଗୋରୁ ମୃତ, ୪ ଗୁରୁତର

Advertisment
ନୀଳଗିରିରେ ବର୍ଷା ହେତୁ କାନ୍ଥ ପଡ଼ି ୨ ଗୋରୁ ମୃତ, ୪ ଗୁରୁତର

symbolic

ନୀଳଗିରି: ଗତ କାଲି ଦିନ ସାରା ବର୍ଷା ଯୋଗୁ ଜୈନକ ବ୍ୟକ୍ତିଙ୍କ ଗୁହାଳ ଘରକାନ୍ଥ ଗଳି ପଡିବାରୁ ୨ ଗୋରୁ ମୃତ ହୋଇ ଥିବା ବେଳେ ୪ ଗୋରୁ ଆହତ ହୋଇଛନ୍ତି। ଏପରି ଏକ ଘଟଣା ଘଟିଛି ନୀଳଗିରି ବ୍ଲକ ଅନ୍ତର୍ଗତ ଚନ୍ଦିନପୁରୁଗାଁରେ।

ସୂଚନା ଅନୁଯାୟୀ ନୀଳଗିରି ବ୍ଲକ ଅନ୍ତର୍ଗତ ଗରଡି ପଂଚାୟତ ଚନ୍ଦିନିପୁରୁ ଗାଁ ର କରୁଣା କର ମଣ୍ଡଳଙ୍କ ପରିବାବର ଖାଇ ପିଇ ଶୋଇଥିଲେ।ରାତି ୧୧.୩୦ମିନିଟ ସମୟରେ ହଠାତ ଗୁହାଳ ଘର କାନ୍ଥଗଡି ପଡ଼ିବାରୁ ୨ଟି ଗୋରୁ ମୃତ ହୋଇ ଥିବା ବେଳେ ୪ଟି ଗୋରୁ ଆହତ ହୋଇଥିବା ଜଣାପଡିଛି। କରୁଣା କର ମଣ୍ଡଳ ଜଣେ ଗରିବ ଲୋକ ହୋଇ ଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe