ସୋର: ସାଇକେଲ ସହ ବାଇକ ଧକ୍କା, ଦୁଇ ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର। ସେମାନେ ହେଲେ ଅଭଣା ଗ୍ରାମର ମମତା ମାଝୀ ଓ ଜ୍ୟୋତି ମାଝୀ।
ଜ୍ୟୋତି କଟକ ସ୍ଥାନାନ୍ତରିତ
ସୂଚନା ଅନୁଯାୟୀ, ଆଜି ସକାଳେ ଦୁହେଁ ଏକ ସାଇକେଲରେ ବିଷ୍ଣୁପୁର ହାଇସ୍କୁଲକୁ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଏକ ବାଇକ ଉଭୟଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୋପାଳପୁର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଜ୍ୟୋତିଙ୍କର ଡାହାଣ ହାତ ବୁଢ଼ା ଆଙ୍ଗୁଳି କଟିଯିବା ଫଳରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।
ଆହୁରି ପଢ଼ନ୍ତୁ: Team India cannot replace Virat Kohli: ବିରାଟ କୋହଲିଙ୍କ ସ୍ଥାନ ପୂରଣ କରିପାରୁନି ଟିମ୍ ଇଣ୍ଡିଆ !
ମମତାଙ୍କ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/02/23/untitledjpg-2026-02-23-11-11-44.jpeg)