ଅହମଦାବାଦ: ଟ୍ବେଣ୍ଟି-୨୦ ବିଶ୍ବକପ୍ ସୁପର-୮ରେ ଦକ୍ଷିଣ-ଆଫ୍ରିକାଠାରୁ ଶୋଚନୀୟ ପରାଜୟ ବରଣ କରିବା ପରେ ଭାରତୀୟ ଦଳର ବ୍ୟାଟିଂରେ ଥିବା ଦୁର୍ବଳତା ପୁଣି ପଦାରେ ପଡ଼ିଯାଇଛି। ଗ୍ରୁପ୍ ପର୍ଯ୍ୟାୟରେ ଯେଉଁ ଦୁର୍ବଳତା ଦେଖାଦେଇଥିଲା ତାହାର ଭରପୁର ସୁଯୋଗ ନେଇଛି ଦକ୍ଷିଣ ଆଫ୍ରିକା। ତେବେ ଭାରତୀୟ ଦଳର ଏହି ଦୁର୍ବଳତା ଆରମ୍ଭ ହୋଇଥିଲା ୨୦୨୪ରେ ବିରାଟ କୋହଲିଙ୍କ ଅବସର ପରେ।
ଆଜିକାଲି ଭାରତୀୟ ବ୍ୟାଟରମାନେ ଏକ ଅତି ଆକ୍ରାମକ ଆଭିମୁଖ୍ୟ ରଖି ଖେଳୁଥିବାବେଳେ ପୂର୍ବରୁ ୩ ନମ୍ବରେ ଆସି ବିରାଟ କୋହଲି ଯେଉଁ ‘ସୁରକ୍ଷା ଜାଲ’ ପ୍ରଦାନ କରୁଥିଲେ ତାହାର ଅଭାବ ଅନୁଭବ ହେଉଛି। ଓପନରମାନେ ବିଫଳ ହେଲେ ଏହି ‘ସୁରକ୍ଷା ଜାଲ’ କାମରେ ଆସୁଥିଲା। ବର୍ତ୍ତମାନ ୩ ନମ୍ବରରେ ଆସୁଥିବା ତିଳକ ବର୍ମା ଏହି ଅଭାବ ପୂରଣ ପାଇଁ ଉଦ୍ୟମ କରୁଥିଲେ ବି ସେ ବିରାଟଙ୍କ ପରି ସଫଳ ହୋଇପାରୁନାହାନ୍ତି। ଚଳିତ ବିଶ୍ବକପ୍ରେ ଏପର୍ଯ୍ୟନ୍ତ ତିଳକ ବର୍ମାଙ୍କ ସ୍କୋର ହେଉଛି ୨୫,୨୫,୨୫, ୩୧ ଓ ୧। ବିରାଟ ଯେପରି ପରିସ୍ଥିତି ଓ ପିଚ୍କୁ ଦେଖି ନିଜର ବ୍ୟାଟିଂ କୌଶଳ ଓ ଅଭିମୁଖ୍ୟରେ ପରିବର୍ତ୍ତନ କରନ୍ତି, ତାହା ଏବେ ଆଉ ନାହିଁ। ଅଧିକାଂଶ ବ୍ୟାଟର୍ କେବଳ ଛକାଚୌକା ମାରିବାକୁ ଉଦ୍ୟମ କରୁଛନ୍ତି।
ଏହି ମ୍ୟାଚ୍ରେ ଭାରତ ୧୬୦ରନ୍ର ଲକ୍ଷ୍ୟ ହାସଲ କରିଥିଲା
ପରିସଂଖ୍ୟାନ ଅନୁସାରେ ଟ୍ବେଣ୍ଟି-୨୦ ବିଶ୍ବକପ ଇତିହାସରେ ଭାରତ ଏପର୍ଯ୍ୟନ୍ତ ତିନିଥର ୧୬୦ରୁ ଅଧିକ ଲକ୍ଷ୍ୟର ସଫଳ ପଶ୍ଚାତ୍ଧାବନ କରିପାରିଛି। ଏହି ତିନୋଟି ସଫଳ ପଶ୍ଚାତ୍ଧାବନ ପଛରେ ବିରାଟଙ୍କ ହାତ ରହିଛି। ପ୍ରଥମଟି ଆସିଥିଲା ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପ୍ ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ବିରାଟଙ୍କ ୩୪ ବଲ୍ ୭୨ ରନ୍ ପାଳି ଯୋଗୁଁ ଭାରତ ୧୭୩ ରନ୍ର ଲକ୍ଷ୍ୟ ହାସଲ କରିଥିଲା। ଦ୍ବିତୀୟଟି ଆସିଥିଲା ୨୦୧୬ରେ ଯେତେବେଳେ ଅଷ୍ଟ୍ରେଲିଆ ଭାରତ ଆଗରେ ୧୬୧ ରନର ଲକ୍ଷ୍ୟ ରଖିଥିଲା ଓ ବିରାଟଙ୍କ ୮୨ ରନ୍(୫୧ବଲ୍) ବଳରେ ଭାରତ ଲକ୍ଷ୍ୟ ହାସଲ କରିଥିଲା। ତୃତୀୟଟି ହେଉଛି ୨୦୨୨ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପାକିସ୍ତାନ ବିପକ୍ଷରେ ବିରାଟ ଖେଳିଥିବା ୮୨ ରନ୍ର ପ୍ରସିଦ୍ଧ ପାଳି। ଏହି ମ୍ୟାଚ୍ରେ ଭାରତ ୧୬୦ରନ୍ର ଲକ୍ଷ୍ୟ ହାସଲ କରିଥିଲା।
ଆହୁରି ପଢ଼ନ୍ତୁ: Mukul Roy Death ପରଲୋକରେ ପୂର୍ବତନ ରେଳମନ୍ତ୍ରୀ ତଥା ଟିଏମ୍ସି ନେତା ମୁକୁଲ ରାୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/02/23/team-india-cannot-replace-virat-kohli-2026-02-23-10-40-53.jpeg)