ସୋରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ଦୁଇ ଆହତ, ଜଣେ ଗୁରୁତର

Advertisment
ଦମ୍ପତିଙ୍କୁ ଗଳାକାଟି ହତ୍ୟା ଘଟଣା: ଅଭିଯୁକ୍ତ ସାନଭାଇ ଓ ସହଯୋଗୀ ଗିରଫ

ସୋର: ସୋର ଥାନା ଅଞ୍ଜିଠାରେ ଗତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ଫଳରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଅଂଜି ବଜାରରେ ଗତ ଦୁଇ ଦିନ ଧରି ଦୋକାନୀ ଓ ଗ୍ରାହକ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ଲାଗି ରହୁଥିଲା।

ସନ୍ଧ୍ୟାରେ ଦୋକାନୀ ଓ ସ୍ଥାନୀୟ ଲୋକମାନେ ଏକ ଶାନ୍ତି କମିଟି ଡାକରା ଦେଇ କଥାର ସମାଧାନ ପାଇଁ ଆଲୋଚନା କରୁଥିଲେ। ଏହି ସମୟରେ କିଛି ଯୁବକ ଅଶାଳୀନ ମନ୍ତବ୍ୟ ଦେବାରୁ ଅନ୍ୟ କିଛି ଯୁବକ ସେମାନଙ୍କୁ ପ୍ରତିବାଦ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା। ଏହି ସମୟରେ କିଛି ଲୋକ ୧୧୨ କୁ ଯୋଗାଯୋଗ କରିଥିଲେ।

ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିଥିଲେ। ସ୍ଥାନୀୟ ଲୋକେ ଆହତ ତିନି ଜଣଙ୍କୁ ୧୦୮ ଅମ୍ଭୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ। ସେଠାରେ ସୋମନାଥ ସାମଲ (୩୪) ପର୍ଶୁରାମ ନାୟକ (୩୮) ସାମାନ୍ୟ ଆହତ ହୋଇଥିବା ବେଳେ ରାଜେଶ ନାୟକ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe