ସୋର: ଗତକାଲି ବିଳମ୍ବିତ ରାତିରେ ସୋର ଥାନା ସାଉଡୁ ଗ୍ରାମରୁ ଗୋରୁ ଚୋରି କରୁଥିବା ଅଭିଯୋଗରେ ତିନିଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୁଲିସ। ଅଭିଯୋଗ ଅନୁସାରେ ଗତ କିଛିଦିନ ମଧ୍ୟରେ ସୋର ଥାନା ସାଉଡୁ ଗ୍ରାମରୁ ୨୦ଟି ଗୋରୁ ନିଖୋଜ ଥିବା ବେଳେ ଗତକାଲି ଓଡି ୦୪ କେ ୬୫୯୯ ନମ୍ବର ବିଶିଷ୍ଟ ଏକ ମାଲ ବୁହା ଟେମ୍ପୋକୁ ଧରି ତିନିଜଣ ଯୁବକ ସାଉଡୁ ଗ୍ରାମରେ ବୁଲୁଥିଲେ। ଏହି ସମୟରେ ସ୍ଥାନୀୟ ଗ୍ରାମବାସୀ ମାନେ ତାଙ୍କୁ ଘେରିବା ସହିତ ସୋର ଥାନା ଅଧୀନ ସାଉଡୁ ଫାଣ୍ଡିରେ ଜିମା ଦେଇଥିଲେ।
ଏନେଇ ସୋର ଥାନାରେ ଅଭିଯୋଗ ହେବା ପରେ ପୁଲିସ ୭୨୯/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଟକ ଯୁବକମାନଙ୍କୁ ପଚରାଉଚରା କରିଥିଲେ। ପରେ ସୋର ଥାନା ବେଲପୁର ଗ୍ରାମର ଶେଖ ସାରୁଖ(୨୪),ୟାସିନ ମଲିକ(୨୨) ଓ ଶେଖ ନାସିରୁଦ୍ଦିନ (୪୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।
Follow Us