ଦୀର୍ଘ ୪୫ ବର୍ଷ ଧରି ଫିଟ୍‌ ରହିବାକୁ ବ୍ୟାୟାମ କରୁଛନ୍ତି ବାଲେଶ୍ବରର ତରୁଣ

Advertisment
ଦୀର୍ଘ ୪୫ ବର୍ଷ ଧରି ଫିଟ୍‌ ରହିବାକୁ ବ୍ୟାୟାମ କରୁଛନ୍ତି ବାଲେଶ୍ବରର ତରୁଣ

ବାଲେଶ୍ବର: ଫିଟ୍‌ ରହିବାକୁ କିଏ ବା ପସନ୍ଦ ନ କରନ୍ତି ! ସେଥିପାଇଁ କିଏ ଯୋଗ କରନ୍ତି ତ ଆଉ କିଏ ବ୍ୟାୟାମ। ବିଶେଷ ଭାବେ ଯୁବପିଢ଼ି ଜିମ୍‌ ମୁହାଁ ହୋଇଛନ୍ତି। କେବଳ ଯୁବପଢ଼ି ନୁହନ୍ତି, ବରିଷ୍ଠ ନାଗରିକମାନେ ବି ଜିମ୍‌ ପ୍ରେମରେ ବାୟା। ଆଜି ଆମେ ଆପଣଙ୍କୁ କହୁଛୁ ବାଲେଶ୍ବରର ବୟସ୍କ ବଡି ବିଲ୍‌ଡର ତରୁଣ ଚାଟାର୍ଜୀଙ୍କ ବିଷୟରେ। ତାଙ୍କର ଫଟୋ ଦେଖି ତାଙ୍କୁ କେତେ ବର୍ଷ ହୋଇଥିବ ବୋଲି ଅନୁମାନ କରୁଛନ୍ତି? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଯୁବକ ପରି ଦିଶୁଥିବା ଏହି ବ୍ୟକ୍ତିଙ୍କ ବୟସ ୬୩ ବର୍ଷ।

ସେ କହନ୍ତି ଫିଟ୍‌ ରହିବା ମାସକର କଥା ନୁହେଁ। ଏହା ଅନେକ ସମୟ ନିଏ। ସେ ପ୍ରାୟ ୪୫ ବର୍ଷ ଧରି ନିଜକୁ ଫିଟ୍‌ ରଖିବା ପାଇଁ ବ୍ୟାୟାମ କରି ଆସୁଛନ୍ତି। ନିଜକୁ ଫିଟ୍ ରଖିବା ପାଇଁ ବ୍ୟାୟାମ ବ୍ୟତୀତ ସନ୍ତୁଳିତ ଆହାର ବି ଜରୁରି ବୋଲି ସେ କୁହନ୍ତି। ଫାଷ୍ଟ୍‌ଫୁଡ୍‌ ଖାଇ ପତଳା ହେବାକୁ ଜିମ୍‌ ଆସୁଥିବା ବ୍ୟକ୍ତି ଏକ ଭୁଲ୍‌ ଧାରଣା ନେଇ ଜିମ୍‌ ଆସୁଛନ୍ତି ବୋଲି ସେ କହନ୍ତି। କ୍ୟ‌ାଲୋରି ବୃଦ୍ଧି କଲା ପରି ଖାଦ୍ୟ ଖାଇବା ପରେ ଜିମ୍‌ ଆସିବାର କୌଣସି ମାନେ ନାହିଁ ବୋଲି ସେ ଜଣାଇଛନ୍ତି।

ପତଳା ହେବା ୬୦ ପ୍ରତିଶତ ନିଜ ଖାଦ୍ୟ ଉପରେ ନିର୍ଭର କରୁଛି। ଜିମ୍‌ ଆସି କେହି ପତଳା ହୋଇଯାଆନ୍ତି ନାହିଁ ବୋଲି ସେ ମତ ରଖନ୍ତି। ସେ ଜିମ୍‌ରେ ତାଲିମ୍‌ ମଧ୍ୟ ଦିଅନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe