ନୀଳଗିରି: ଆରଡବ୍ଲୁଏସଏସର ଖାମ ଖିଆଲି ନୀତି ଯୋଗୁଁ ଜୈନିକ ୭ବର୍ଷୀୟ ନାବାଳକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କାର୍ଯ୍ୟରତ ଶ୍ରମିକମାନଙ୍କ ସମ୍ମୁଖରେ ସମ୍ପକୀୟ ଓ ଗ୍ରାମବାସୀମାନେ କ୍ଷତି ପୂରଣ ଦାବିରେ ଅଡ଼ି ବସିଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି।
ସୂଚନା ଅନୁଯାୟୀ ନୀଳଗିରି ଥାନା ଅନ୍ତର୍ଗତ ବେଗୁନିଆ ଗ୍ରାମରେ ଆରଡବ୍ଲୁଏସଏସ ପକ୍ଷରୁ ପାନୀୟ ଜଳ ଯୋଗାଣ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ଟାଙ୍କି ନିର୍ମାଣ ଚାଲିଛି।ଏହି କାମ ପାଇଁ ଖୋଳା ଯାଇଥିବା ଟାଙ୍କିଟି ସୁରକ୍ଷିତ ନଥିବାରୁ ସେହି ଗାଁର ଗୋବିନ୍ଦ ସିଂ ନାମକ ବ୍ୟକ୍ତିଙ୍କ ନାବାଳକ ପୁତ୍ର କିରଣ(୭) ପାଣି ଟାଙ୍କିରେ ପଡି ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଛି।
ପରିବାର ଲୋକେ ନାବାଳକକୁ ନପାଇ ଖୋଜା ଖୋଜି କରିବା ପରେ ନାବାଳକ କିରଣକୁ ଉକ୍ତ ଟାଙ୍କିରୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ଉକ୍ତ ଖବର ପ୍ରଚାର ହେବା ମାତ୍ରେ ସମ୍ପର୍କୟ ଓ ଗ୍ରାମବାସୀମାନେ ସେଠାରେ କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରମିକମାନଙ୍କୁ ତାଲା ପକାଇ କ୍ଷତି ପୁରଣ ଦାବିରେ ଅଡ଼ି ବସିଛନ୍ତି। ଖବରପାଇ ଘଟଣା ନୀଳଗିରି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଉଛି।
Follow Us