Hands holding the bars
ଜଳେଶ୍ୱର : ଏକ ମରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ଜଳେଶ୍ୱର ସହକାରୀ ଦୌରାଜଜ୍ ବିନୋଦ ବିହାରୀ ସାହୁ ୮ ଜଣ ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ ଜେଲ୍ଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ରାୟରେ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟେ ଅଧିକ ବର୍ଷେ ଜେଲ୍ଦଣ୍ଡ ଶୁଣାଇଛନ୍ତି ବିଚାରପତି।
ସୂଚନା ମୁତାବକ ରାଇବଣିଆ ଥାନା ଉପରକୁଣ୍ଡି ଗାଁରେ ୨୦୧୫ ଜୁଲାଇ ୧୧ରେ ଏହି ଘଟଣା ଘଟିଥିଲା। ଜମିଜମା ବ୍ୟାପାରକୁ ନେଇ ଉକ୍ତ ଗାଁର ସତ୍ୟରଂଜନ ଗାନ୍ଧି, ଅଶୋକ ପ୍ରଧାନ ଓ ଆରତି ଗାନ୍ଧିିଙ୍କୁ ପ୍ରମୋଦ ଦେ (୪୭), ସୁଦର୍ଶନ ବେହେରା (୬୦), ଅରୁଣ ବେହେରା (୬୦), ଗୋଲକଧାରୀ ବେହେରା (୫୦), ବିକର୍ତ୍ତନ ବାରିକ (୪୨), ସୁଶାନ୍ତ ବାରିକ (୩୯), ପୂର୍ଣ୍ଣଚନ୍ଦ୍ର ସେଠୀ (୩୭), ପ୍ରମିଳା ସେଠୀ ପ୍ରମୁଖ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ସତ୍ୟରଂଜନ ପରଦିନ ରାଇବଣିଆ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁକରି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ମାନ୍ୟବର ଜଜ୍ ୧୦ ଜଣ ସାକ୍ଷୀଙ୍କ ବୟାନ ଓ କାଗଜାତ ଆଧାରରେ ଅଭିଯୁକ୍ତ ୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ନିତ୍ୟଗୋପାଳ ଦାସ ମାମଲା ପରିଚାଳନା କରୁଥିଲେ।
Follow Us