୮୫୦ ଲିଟର ମଦ ଜବତ, ୫ ଗିରଫ

Advertisment
୮୫୦ ଲିଟର ମଦ ଜବତ, ୫ ଗିରଫ

ବାଲେଶ୍ୱର : ସଦର ଅବକାରୀ ବିଭାଗ, କଟକ ଫ୍ଲାଇଂ ସ୍କ୍ଵାଡ୍‌ ଓ ମୋବାଇଲ ଟିମ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୮୫୦ ଲିଟର ଦେଶୀ ମଦ ଜବତ ହୋଇଛି। ଏଥିସହ ଗୋଟିଏ ବୋଲେରୋ(ଓଆର୦୨ବିଏଫ-୫୭୪୦) ଜବତ କରାଯାଇଛି। ଏଥିରେ ୫ ଜଣଙ୍କୁ ଗିରଫ କରାଯାଇଛି।

ସୂଚନାନୁସାରେ, ପଶ୍ଚିମବଙ୍ଗର ଧୂମସାହିରୁ ବୋଲେରୋରେ ମଦ ନେଇ ଭଦ୍ରକ ଆସୁଥିଲେ। ଖବର ପାଇବା ପ୍ଲାଇଂ ସ୍କାର୍ଡର ଡେପୁଟି ସୁପରିଟେଡେଂଟ ବି.କେ ସିଂଙ୍କ ନିର୍ଦ୍ଦେଶକ୍ରମେ ରୂପ୍‌ସା ଛକ ନିକଟରେ ମିଳିତ ଚଢ଼ଉ କରାଯାଇ ବୋଲେରୋରୁ ୮୦୦ ଲିଟର ଦେଶୀ ମଦ ଜବତ କରି ୨ ଜଣଙ୍କୁ ଗିରଫ କରିଥିଲେ। ସେମାନେ ହେଲେ ବାଲେଶ୍ୱର ରାଇବଣିଆ ଅଞ୍ଚଳର ଅଜୟ କୁମାର ଜେନା(୩୫) ଓ ବସ୍ତାର ଅଜୟ କୁମାର ଜେନା(୨୮)।

ଚଢ଼ଉ ବେଳେ ଫ୍ଲାଇଂ ସ୍କ୍ଵାର୍ଡର ଆଇଆଇସି ସନ୍ତୋଷ କୁମାର ଭଞ୍ଜ, ସବ୍‌ଇନସ୍‌ପେକ୍ଟର କେ.ଏଲ ପାଇକରାୟ, କନେଷ୍ଟବଲ ପ୍ରଦୀପ ବେହେରା, ନଟବର ମଲ୍ଲିକ, ଦିଲ୍ଲୀପ କୁମାର ନନ୍ଦ, ସଦର ଅବକାରୀ ସବ୍‌ଇନସ୍‌ପେକ୍ଟର କେଶବ ଚନ୍ଦ୍ର ଦାସ, ଏଏସ୍‌ଆଇ ଚନ୍ଦ୍ରମୋହନ ସେଠୀ, କନେଷ୍ଟବଳ ଅଞ୍ଜନ ଜେନା, ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ବାଲେଶ୍ୱର ମୋବାଇଲ ସ୍କ୍ଵାଡ୍‌ ସବ୍‌ଇନିସ୍‌ପେକ୍ଟର ତ୍ରିଲୋଚନ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଖନ୍ତାପଡ଼ାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୫୦ ଲିଟର ଦେଶୀମଦ ଜବତ କରାଯାଇଛି। ଏଥିରେ ନଇଛୁଣପୁର ଅଞ୍ଚଳର ପ୍ରଦୀପ ମଲ୍ଲିକ, ବାବୁ ମଲ୍ଲିକ ଓ ଲୀଳାବତୀ ମଲିକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe