ବାଲେଶ୍ୱର: ଟ୍ରକ୍‌ ସହ ସ୍କୁଟି ମୁହାଁମୁହିଁ, ସ୍କୁଟି ଚାଳକ ମୃତ

Advertisment
ବାଲେଶ୍ୱର: ଟ୍ରକ୍‌ ସହ ସ୍କୁଟି ମୁହାଁମୁହିଁ, ସ୍କୁଟି ଚାଳକ ମୃତ

ବାଲେଶ୍ୱର: ବାଲେଶ୍ୱରର ସହଦେବ ଖୁଣ୍ଟା ଥାନା ଅଞ୍ଚଳର ହୋଟେଲ୍‌ ସୂରଜ ପାଖରେ ଏକ ଟ୍ରକ୍‌ ସହ ଧକ୍କା ହୋଇ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଙ୍ଗାରଗଡ଼ିଆରେ ବାସ କରୁଥିବା ଦେବେନ୍ଦ୍ର ନାୟକ। ଦେବେନ୍ଦ୍ରଙ୍କ ଘର ଖଣ୍ଟପଦା ଥନା ଅନ୍ତର୍ଗତ ଶାସନପଦାରେ। ସେ ଟିଭି ସେଣ୍ଟର୍‌ରେ ଜଣେ ଅବସରପ୍ରାପ୍ତ କର୍ମଚାରୀ ଭାବେ କାମ କରୁଥିଲେ। ଦେବେନ୍ଦ୍ର ଟିଭି ସେଣ୍ଟର୍‌କୁ ସ୍କୁଟିରେ ଯାଉଥିବା ବେଳେ ଏକ ଟ୍ରକ୍‌ ସହ ଧକ୍କା ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିିଛି। ଦେବେନ୍ଦ୍ରଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe