ମଦ ପିଆଇ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ

Advertisment
ମଦ ପିଆଇ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ

photo by : globalgujaratnews.in

ଜଳେଶ୍ୱର : ଜଳେଶ୍ୱରରେ ପୁଣି ଲଜ୍ଜା। ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ କରି ବିଲ ଭିତରେ ଫିଙ୍ଗିଦେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ରାତିସାରା ଯୁବତୀଜଣକ ସଂଜ୍ଞାହୀନ ଅବସ୍ଥାରେ ପଡ଼ିରହିବା ପରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତିି। ପୁଲିସ ଏହି ଘଟଣାରେ ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଅଭିଯୋଗ ଅନୁଯାୟୀ, ଜଳେଶ୍ୱର ପୌରପରିଷଦ ଅଞ୍ଚଳରେ ରହୁଥିବା ଏହି ଆଦିବାସୀ ଯୁବତୀ ଜଣକ ଜନ୍ମରୁ ମୂକ। ସେ ଗତ ଶୁକ୍ରବାର ଦିନ ନିଜ ବିବାହିତା ସାନ ଭଉଣୀଙ୍କ ଘରକୁ ବୁଲି ଯାଇଥିଲେ। ସ୍ଥାନୀୟ କଲ୍ୟାଣପୁର ଗ୍ରାମର ଦାଟୁ ଟୁଡୁଙ୍କ ପୁଅ ଖୁଦିଆ(୩୦) ନିଜକୁ ସମ୍ପର୍କୀୟ ଭିଣୋଇ ବୋଲି ପରିଚୟ ଦେଇ ଯୁବତୀଙ୍କ ସହ ଆତ୍ମୀୟତା ବଢ଼ାଇଥିଲା। ଏହାପରେ ଯୁବତୀଙ୍କୁ ତାଙ୍କ ଭଉଣୀ ଘରଠାରୁ ଅଳ୍ପଦୂରକୁ ବୁଲାଇ ନେଇ ଜୋର କରି ମଦ ପିଆଇ ଦେଇଥିଲା। ଯୁବତୀ ଜଣକ ନିଶାରେ ଥିବାବେଳେ ସେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରି ସେଠାରୁ ଖସି ପଳାଇଥିଲେ। ଯୁବତୀଜଣକ ସଂଜ୍ଞାହୀନ ଅବସ୍ଥାରେ ରାତି ତମାମ୍‌ ବିଲରେ ପଡ଼ିଥିବା ବେଳେ ତାଙ୍କ ଭଉଣୀ ଓ ଭିଣୋଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନଥିଲେ। ଆଜି ସକାଳେ ଏକ ବିଲରୁ ତାଙ୍କୁ କର୍ଦ୍ଦମାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୁଲିସ୍‌ ଅଭିଯୁକ୍ତକୁ ଅଟକ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe