Advertisment

ସୋରରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ନିର୍ବାଚନୀ ପ୍ରଚାର

Advertisment
ସୋରରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ନିର୍ବାଚନୀ ପ୍ରଚାର

ସୋର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବିଜୟ ସଂକଳ୍ପ ଯାତ୍ରାରେ ସୋରରେ ନିର୍ବାଚନୀ ପ୍ରଚାର କରିଛନ୍ତି। ଶ୍ରୀ ଶର୍ମା ଗତକାଲି ଅପରାହ୍ଣ ୩.୦୯ରେ ସୋର ସୋର ୟୁଏନ କଲେଜ ପଡ଼ିଆରେ ହେଲିକେପ୍ଟରରେ ଅବତରଣ କରିଥିଲେ। ସେଠାରେ ତାଙ୍କୁ ବିଧାୟକ ପ୍ରାର୍ଥୀ ପର୍ଶୁରାମ ଧଡ଼ା ଓ ସାଂସଦ ପାର୍ଥି ଅଭିମନ୍ୟୁ ସେଠି ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥିଲେ।

ପରେ ଉକ୍ତ ପଡ଼ିଆରେ ଆୟୋଜିତ ସଭାରେ ଯୋଗ ଦେବା କ୍ଷଣି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓଡ଼ିଆରେ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ପ୍ରଥମେ କବିବର ରାଧାନାଥ ରାୟଙ୍କୁ ମନେ ପକାଇଥିଲେ। ୨୫ ବର୍ଷର ସ୍ଥିର ସରକାର ଥାଇ ମଧ୍ୟ ଓଡିଶା ବେକାରୀ , ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟାରେ ଲୋକେ ଗତିକରୁଥିବା କହିଥିଲେ। ୫ଟି ସ୍କୁଲ କରାଯାଇଛି କିନ୍ତୁ ଶିକ୍ଷାଦାନ ପାଇଁ ଶିକ୍ଷକ ନାହାନ୍ତି, ଡାକ୍ତରଖାନାକୁ ଚିକଣ କରାଯାଉଛି କିନ୍ତୁ ଡାକ୍ତର ନାହାନ୍ତି। ଓଡ଼ିଶାରେ ଟିମ ୱାର୍କ ବଦଳରେ ପାଣ୍ଡିଆନ ତାନାସାହି ଚାଲିଛି। ସଭାମଞ୍ଚରେ ଶ୍ରୀ ବିଶ୍ୱଶର୍ମା ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ଦେଖାଇ ତାଙ୍କ ହାତ ଥରୁଛି, ପାଣ୍ଡିଆନ ବାବୁ ହାତ ଧରିନେଉଛନ୍ତି। ବିଜେଡି ସଭାରେ ପାଣ୍ଡିଆନ ଯାହା କହିବେ ସଭା ମଞ୍ଚରେ ନବୀନ ପଟ୍ଟନାୟକ ସେଇ କାର୍ଯ୍ୟ କରିବେ ବୋଲି କହିଥିଲେ।

publive-image

ଆସାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପ୍ରତିଶ୍ରୁତି ଏକ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ହିମନ୍ତ ବିଶ୍ୱଶର୍ମା ମୁଖ୍ୟମନ୍ତ୍ରୀ ହେବା ପରେ ତାହା ପୂରଣ କରିଥିବା କହିଥିଲେ। ମୋଦି ସରକାରଙ୍କ ଡବଲ ଇଂଜିନର ସରକାର ଗଠନ କରିବାରେ ସମସ୍ତଙ୍କର ସହାୟତା ଲୋଡ଼ିବା ସହିତ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଖୁବ ବର୍ଷିଥିଲେ। କେନ୍ଦ୍ର ସରକାର ଦେଉଥିବା ଯୋଜନାକୁ ରାଜ୍ୟସରକାର କିପରି ଭାବେ ନାଁ ବଦଳାଇ ଲୋକଙ୍କୁ ଠକୁଛନ୍ତି ଏବଂ ୨୫ ବର୍ଷର ସ୍ଥିର ସରକାର ହୋଇ ମଧ୍ୟ ଉନ୍ନୟନ ମୂଳକ କାର୍ଯ୍ୟରୁ ରାଜ୍ୟର ଲୋକେ କିପରି ଭାବେ ବଞ୍ଚିତ ଅଛନ୍ତି ସେ ସଵୁ ବାବଦରେ ଲୋକଙ୍କୁ ବୁଝାଇଥିଲେ। ଏହି ସମୟରେ ବିଧାୟକ ପ୍ରାର୍ଥୀ ପର୍ଶୁରାମ ଧଡ଼ା ଓ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ସମେତ ଅନେକ ନେତା ଓ କର୍ମୀ ଉପସ୍ଥିତ ଥିଲେ। ସୋର ବିଧାନସଭା ମଣ୍ଡଳୀର ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକ ଉପସ୍ଥିତ ଥିଲେ। ବିଧାୟକ ପାର୍ଥି ଓ ଲୋକସଭା ପାର୍ଥିଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟ କରିବା ସହିତ ଡବଲ ଇଞ୍ଜିନର ସରକାର ଗଠନ କରିବାରେ ସହାୟକ ହେବାକୁ ଲୋକମାନଙ୍କୁ ନିବେଦନ କରି ଶ୍ରୀ ଶର୍ମା ବିଦାୟ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe