ବାଲିଖାଦାନରେ ଲଙ୍କାକାଣ୍ଡ : ଖାଦାନ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

Advertisment

ଜେସିବିିରେ ନିଆଁ ଲଗାଇଲେ ଗ୍ରାମବାସୀ

ଜେସିବିିରେ ନିଆଁ ଲଗାଇଲେ ଗ୍ରାମବାସୀ

ବାଲିଖାଦାନରେ ଲଙ୍କାକାଣ୍ଡ : ଖାଦାନ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବାଲିଆପାଳ : ଜଳେଶ୍ୱର-ବାଲିଆପାଳ ତହସିଲ ସୀମା କଣ୍ଟାପାଳ ବାଲିଖାଦାନରେ ଆଜି ସ୍ଥାନୀୟ ଗ୍ରାମବାସୀ ପୂର୍ବ ବିବାଦକୁ କେନ୍ଦ୍ର କରି ଲଙ୍କାକାଣ୍ଡ ଘଟାଇଛନ୍ତି। ଖାଦାନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଖାଦାନ ପରିସରରେ ଥିବା ଏକ ଜେସିବିରେ ନିଆଁ ଲଗାଇ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଆଜି ଅପରାହ୍ନରେ ସ୍ଥାନୀୟ କଚୁଆପଡା ଗ୍ରାମର ମୁକୁନ୍ଦ ସିଂ ବାଲି ଖାଦାନ ଜଗି ରହିଥିବା ବେଳେ ସ୍ଥାନୀୟ ଅସ୍ତି ପଞ୍ଚାୟତ ପାରୁଳିଆ ଗ୍ରାମର ସନ୍ୟାସୀ ପ୍ରଧାନଙ୍କ ସହ କିଛି ମହିଳା ଏବଂ ପୁରୁଷ ଖାଦାନକୁ ଯାଇ ମାଲିକ ନିରଂଜନ ପ୍ରଧାନଙ୍କୁ ଖୋଜିଥିଲେ। ପୂର୍ବରୁ ଦାବି କରିଥିବା ଅର୍ଥ ନେବା ପାଇଁ ଆସିଥିବା ପ୍ରକାଶ କରିଥିଲେ।

ତେବେ ଜଗୁଳଆଳି ମୁକୁନ୍ଦ ମାଲିକ ନ ଥିବା କହିବାରୁ ସେମାନେ ଉତ୍ତ୍ୟକ୍ତ ହୋଇ ଖାଦାନ ପରିସରରେ ଥିବା ଜେସିବିରେ ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଥିଲେ। ଏହାକୁ ମୁକୁନ୍ଦ ବିରୋଧ କରିବାରୁ ସେମାନେ ଏକ ଧାରୁଆ ଅସ୍ତ୍ରରେ ମୁକୁନ୍ଦକୁ ଆକ୍ରମଣ କରିଥିଲେ। ଏଥିରେ ମୁକୁନ୍ଦଙ୍କ ହାତ, ଗୋଡରେ ଗଭୀର କ୍ଷତ ହୋଇଥିବା ବେଳେ ସେ ଗୁରୁତର ହୋଇ ପଡିଥିଲେ। ଏହି ସମୟରେ ସେମାନେ ଜେସିବିରେ ନିଆଁ ଲଗାଇ ଦେଇଥିଲେ। ମୁକୁନ୍ଦର ପାଟି ଶୁଣି ଆଖପାଖରୁ ଲୋକ ଆସି ପହଞ୍ଚିବାରୁ ଆକ୍ରମଣକାରୀମାନେ ସେଠାରୁ ଛାଡି ପଳାଇଥିଲେ। ସ୍ଥାନୀୟ ଲୋକେ ଜେସିବିରୁ ନିଆଁ ଲିଭାଇବା ସହ ମୁକୁନ୍ଦକୁ ଉଦ୍ଧାର କରି ବାଲିଆପାଳ ଡାକ୍ତରଖାନାକୁ ପଠାଇଥିଲେ।

ଏ ସଂପର୍କରେ ମୁକୁନ୍ଦ ସନ୍ୟାସୀ ଏବଂ ତାଙ୍କ ସହଯୋଗୀଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ମଂଗଳବାର ବାଲି ଖାଦାନରେ ଏକ ନାଳ ଖୋଳାକୁ ନେଇ ଉଠିଥିବା ବିବାଦକୁ ନେଇ ଏହି ଆକ୍ରମଣ ଘଟିଥିବା ଜଣାପଡିଛି। ଏହାକୁ କେନ୍ଦ୍ର କରି କେତେକ ଗ୍ରାମବାସୀ କମର୍ଦ୍ଦା ରାସ୍ତା ଅବରୋଧ କରିଥିବାବେଳେ ଘଟଣାସ୍ଥଳରେ ତହସିଲଦାର, ବାଲିଆପାଳ ପୁଲିିସ ପହଞ୍ଚି ଆପୋଷ ବୁଝାମଣା ପାଇଁ ସିଦ୍ଧାନ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe