ଯୁବକଙ୍କୁ ବିଚ୍‌ ରାସ୍ତାରେ ହାଣିଲେ

Advertisment
ଯୁବକଙ୍କୁ ବିଚ୍‌ ରାସ୍ତାରେ ହାଣିଲେ

ବାଲେଶ୍ବର : କିଛିଦିନର ବ୍ୟବଧାନ ପରେ ବାଲେଶ୍ବର ସହର ପୁଣି ଅଶାନ୍ତ ହୋଇଛି। ଆଜି ଅପରାହ୍ନରେ ସହରର ସହଦେବଖୁଣ୍ଟା ଥାନା ଅଧୀନ କୁକୁଡ଼ାପଦା ଅଞ୍ଚଳରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ସମ୍ପୃକ୍ତ ଯୁବକ ଜଣକ ହେଉଛନ୍ତି ଶୋଭାରାମପୁର ଅଞ୍ଚଳର ବିନୋଦ ଦେଙ୍କ ପୁଅ ଦିଲ୍ଲୀପ(୨୨)। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ସଦର ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ସହଦେବଖୁଣ୍ଟା ଥାନା ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏନେଇ ଏକ ମାମଲା ରୁଜୁ କରାଯାଇଥିବା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe