ବାଲେଶ୍ୱର: ରେଳ ଷ୍ଟେସନ୍‌ ନିକଟ ଧାରଣା ପାଖରୁ ଯୁବକଙ୍କ ଶବ ଉଦ୍ଧାର

Advertisment
ବାଲେଶ୍ୱର: ରେଳ ଷ୍ଟେସନ୍‌ ନିକଟ ଧାରଣା ପାଖରୁ ଯୁବକଙ୍କ ଶବ ଉଦ୍ଧାର

ବାଲେଶ୍ୱର: ଆଜି ସକାଳ ପ୍ରାୟ ୯: ୩୦ ସମୟରେ ବାଲେଶ୍ୱର ସହରର ରେଳବାଇ ଷ୍ଟେସନ୍‌ ନିକଟ ଅରଡ଼ ବଜାର ପାଖ ଦେଇ ଯାଇଥିବା ରେଳଧାରଣାକୁ ଲାଗି ଜଣେ ଯୁବକଙ୍କ ଶବ ପଡ଼ିଥିବା ଦେଖାଯାଇଥିଲା।

ଖବର ପାଇ ଜିଆର୍‌ପି ଘଟନାସ୍ଥଳରୁ ଶବଟି ଉଦ୍ଧାର କରିଛି। ମୃତ ଯୁବକ ଜଣକ ହେଉଛନ୍ତି ସଦର ଥାନା ଅନ୍ତର୍ଗତ ପରଖି ଗ୍ରାମର ନିଶିକାନ୍ତ ଜେନାଙ୍କ ୨୦ ବର୍ଷିୟ ପୁଅ ଗଣେଶ।

ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ବ୍ୟବଚ୍ଛେଦ ନିମନ୍ତେ ଜିଆର୍‌ପି ଗଣେଶଙ୍କ ଶବକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe