ବାଲେଶ୍ବର: ବାହାବେଦୀରେ ହାତରୁ ଶଙ୍ଖା କାଢି ବର ଉପରକୁ ଫିଙ୍ଗିଲା କନ୍ୟା, ଭିଡିଓ ଭାଇରାଲ୍‌

Advertisment
ବାଲେଶ୍ବର: ବାହାବେଦୀରେ ହାତରୁ ଶଙ୍ଖା କାଢି ବର ଉପରକୁ ଫିଙ୍ଗିଲା କନ୍ୟା, ଭିଡିଓ ଭାଇରାଲ୍‌

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ରେମୁ ଗ୍ରାମରେ ବିବାହ ସମୟରେ ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାର ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରିବୁଲଉଛି। ସୂଚନା ଅନୁଯାୟୀ ରେମୁ ଗ୍ରାମର ଏକ ଝିଅର ଗତ ଶୁକ୍ରବାର ଦିନ ବିବାହ ଥିଲା। ବର ବରଯାତ୍ରୀ ସହିତ କନ୍ୟା ଘରକୁ ରୋଷଣୀ କରି ପହଞ୍ଚିଥିଲେ। ବିବାହ ପାଇଁ ସମସ୍ତ ରୀତିନୀତି ସାରି ବର ବେଦୀକୁ ଯାଇଥିଲେ।। ବେଦୀରେ ହୋମ ନିଆଁ ଜଳିଥିଲା।

publive-image

ବର ଓ କନ୍ୟାଙ୍କର ହସ୍ତଗଣ୍ଠି ବି ପଡିଥିଲା। ତେବେ କିଛି ସମୟରେ ବେଦୀରେ କନ୍ୟା ବରକୁ ଦେଖି ବିଗିଡ଼ି ଯାଇଥିଲେ। ଉକ୍ତ ବରକୁ ବିବାହ କରିବ ନାହିଁ ବୋଲି କହି ବାହା ବେଦୀରେ ହାତରୁ ଶଙ୍ଖାଚୁଡ଼ି କାଢି ବର ଉପରକୁ ଫିଙ୍ଗି ଦେଇଥିଲେ। ଏହା ପରେ କନ୍ୟାଙ୍କ ପରିବାର ଲୋକେ କନ୍ୟାଙ୍କୁ ମାଡ଼ ମାରିଥିଲେ। ତାଙ୍କୁ ବେଦୀରେ ବସିବାକୁ ବାଧ୍ୟ କରିଥିଲେ। ଯାହାକୁ ଦେଖି ବର ବେଦୀରେ ଚେତା ହରାଇ ବସିଥିଲେ। ଯାହାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe