ବାଲେଶ୍ୱର ସଭାରୁ ବିଜେଡ଼ିକୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜବାବ ରଖିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ବାଲେଶ୍ୱର ସଭାରୁ ବିଜେଡ଼ିକୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜବାବ ରଖିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ବାଲେଶ୍ୱର:  ବାଲେଶ୍ୱରରେ ନିର୍ବଚନୀ ସଭାରେ ବିଜେଡି ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତିର୍ତୋଲର ଭର୍ଚୁଆଲ୍ ରାଲି ପରେ ବାଲେଶ୍ୱର ସଦରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଜନସଭା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଭାମଂଚରୁ ଅଭିଯୋଗ କରିଛନ୍ତି , ସ୍ବୟଂ ସହାୟକ ଗୋଷ୍ଠୀ  (ଏସଏଚଜି) ସଦସ୍ୟଙ୍କ ଜରିଆରେ ଟଙ୍କା ବାଂଟୁଛି ବିଜେଡି । ଏସଏଚଜି ମହିଳାମାନଙ୍କୁ ଶାଢି ଓ ମୁଣ୍ଡ ପିଛା ୨ ଶହ ଟଙ୍କା ବାଂଟିଥିବା ଅଭିଯୋଗ ଆଣିଛନ୍ତି ଧର୍ମେନ୍ଦ୍ର । ଏଥିସହିତ କରୋନା କାଳରେ କାହିଁକି ଏହି ଟଙ୍କା ବାଂଟିଲେ ନାହିଁ ବୋଲି ବିଜେଡିକୁ ତାତ୍ସଲ୍ୟ କରିଛନ୍ତି ଧର୍ମେନ୍ଦ୍ର।

ସେହିପରି କେବଳ ବାଲେଶ୍ୱରକୁ ମୋଦୀ ସରକାର ୯୨୨ କୋଟି ୪୮ ଲକ୍ଷ ଟଙ୍କା ପଠାଇଥିବା ହିସାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏତେ ଟଙ୍କା ଆସିଥିବା ବ‌େଳେ  କରୋନା ତାଲାବନ୍ଦ ସମୟରେ ବାଲେଶ୍ୱରର ଯୁବକ ବାହାରେ ଦାଦନ ଖଟୁଛନ୍ତି । ତେଣୁ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱରୋଜଗାର ଯୋଜନାରେ ବାଲେଶ୍ୱରକୁ ସାମିଲ କରାଯାଇଥିବା ବେଳେ ରାଜ୍ୟ ସରକାର ଲୋକଙ୍କ ପାଇଁ କାମ ସୃଷ୍ଟି କରିପାରି ନ ଥିବା ସେ ଅଭିଯୋଗ ବାଢିଛନ୍ତି ।

ଅନ୍ୟପକ୍ଷରେ ଏହି ଆରୋପର ଜବାବ ରଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ସେ କହିଛନ୍ତି, ଯଦି କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଆମେ ଏପରି କରୁଥିବାର ପ୍ରମାଣ ରହିଛି ତେବେ ସେ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରନ୍ତୁ। ଏଥିସହ ସେ କହିଛନ୍ତି ଯେ ଓଡ଼ିଶାର ବିକାଶ କେବଳ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବାଧୀନ ସରକାର ଦ୍ବାରା ହିଁ ସମ୍ଭବ। ଏଥର ବାଲେଶ୍ବରବାସୀ ବିଜେଡିକୁ ଆଶୀର୍ବାଦ କରିବେ ବୋଲି ବିଶ୍ବାସ। ଆମ ଦଳର ପ୍ରାର୍ଥୀ ବିଜୟୀ ହେବେ।  ଲୋକେ ମନସ୍ଥିର କରିସାରିଛନ୍ତି, ଏଥର ବିଜେଡିକୁ ହିଁ ଭୋଟ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe