ଲାଞ୍ଚ ମାମଲା: ପୂର୍ବତନ ତହସିଲଦାରଙ୍କୁ ବର୍ଷେ ଜେଲ୍‌

Advertisment
ଲାଞ୍ଚ ମାମଲା: ପୂର୍ବତନ ତହସିଲଦାରଙ୍କୁ ବର୍ଷେ ଜେଲ୍‌

ବାଲେଶ୍ୱର : ଅବସରପ୍ରାପ୍ତ ଓଏଏସ୍‌ ଅଫିସର ତଥା ଉଦଳାର ପୂର୍ବତନ ତହସିଲଦାର ସନ୍ତୋଷ କୁମାର ମହାନ୍ତିଙ୍କୁ ଏକ ଲାଞ୍ଚ ମାମଲାରେ ବର୍ଷେ ଜେଲ୍‌ ଦଣ୍ଡାଦେଶ ହୋଇଛି। ଏଥିସହ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ଦୁର୍ନୀତି ନିବାରଣ ଆଇନ ୧୯୯୮ ଅନୁସାରେ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍‌ସ ଜଜ୍‌, ତାଙ୍କୁ ଦୋଷୀସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୩ ମାସ ଜେଲ୍‌ ଦଣ୍ଡ ପାଇଁ କୋର୍ଟ ଆଦେଶ ଦେଇଛନ୍ତି।

୨୦୧୪ ମାର୍ଚ୍ଚ ୫ରେ ତତ୍‌କାଳୀନ ତହସିଲଦାର ସନ୍ତୋଷ ମହାନ୍ତି ଉଦଳା ସହରର ଯୋଗେନ୍ଦ୍ର କରଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଭୀମତାଳି ବାଲି ଖାଦାନ ବାବଦରେ ସେ ଜମା କରିଥିବା ସିକ୍ୟୁରିଟି ୪୪ ହଜାର ୧୬୦ ଟଙ୍କା ଫେରାଇବା ପାଇଁ ସେ ଏହି ଲାଞ୍ଚ ନେଉଥିଲେ। ଏ ବାବଦରେ ବାଲେଶ୍ୱର ଭିଜିଲାନ୍‌ସରେ ୧୧/୫.୩.୧୪ରେ ଏକ ମାମଲା ରୁଜୁ ହୋଇଥିଲା। ବାରିପଦା ଭିଜିଲାନ୍‌ସ ୟୁନିଟର ପୂର୍ବତନ ଡିଏସ୍‌ପି ଆର୍‌କେ କାନୁନଗୋ ଏହାର ତଦନ୍ତ କରୁଥିଲେ। ସ୍ୱତନ୍ତ୍ର ପିପି କେସି ଶତପଥୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe