ଜଳେଶ୍ଵରରୁ ପୁଣି ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

୬ ବର୍ଷରେ ସାଢ଼େ ୪୪ କୋଟିର ବ୍ରାଉନ୍‌ସୁଗାର ଜବତ

Sambad

ଜଳେଶ୍ୱର: ବ୍ରାଉନ୍‌ସୁଗାରର ପେଣ୍ଠ ପାଲଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳ। ବାଲେଶ୍ବର ଜିଲ୍ଲାର ଶାସନବାଡ଼ ଅଞ୍ଚଳରୁ ୪୦୦ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଥିବା ଜଣାଯାଇଛି। ଏହି ମାମଲାରେ ପୁଲିସ୍‌ ଜଣକୁ ଅଟକ ରଖିଥିବାର ସୂଚନା ମିଳିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ବୋଲି କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଜଳେଶ୍ଵର ପୁଲିସର ଏକ ୨୦ ଜଣିଆ ଟିମ୍ ଗତକାଲି ବିଳମ୍ବିତ ରାତିରେ ଶାସନବାଡ଼ ଗ୍ରାମରେ ଚଢ଼ାଉ କରି ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି।
ଶାସନବାଡ଼ ଗ୍ରାମର ସେକ ସୈଫ ଅଲ୍ଲୀଙ୍କ ଘରେ ବିପୁଳ ପରିମାଣରେ ବ୍ରାଉନସୁଗାର ଥିବାର ପୁଲିସକୁ କୌଣସି ସୂତ୍ରରୁ ଖବର ମିଳିଥିଲା। ଜଳେଶ୍ଵର ଏସଡିପିଓ ଅଙ୍କିତା କୁମ୍ଭାର, ଆଇଆଇସି ପ୍ରଜ୍ଞା ପାରମିତା ମହାନ୍ତିଙ୍କ ନେତୃତ୍ବରେ ଏକ ୨୦ ଜଣିଆ ଟିମ୍ ସେକ ସୈଫ ଅଲ୍ଲୀଙ୍କ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଘରର ଏକାଧିକ ସ୍ଥାନରୁ ମୋଟ ୪୦୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ସେକ ସୈଫ ଅଲ୍ଲୀଙ୍କୁ ଅଟକ ରଖାଯାଇଥିବା ବେଳେ ପୁଲିସ ଅଧିକ ତଥ୍ୟ ଜାଣିବା ପାଇଁ ଜେରା କରୁଛି।

ସୂଚନାଯୋଗ୍ୟ, ୨୦୨୧ ମସିହା ଜାନୁଆରି ମାସରୁ  ବାଲେଶ୍ଵର ଜିଲ୍ଲାରେ ୪୮ଟି ଏନ୍‌ଡିପିଏସ୍‌ ମାମଲା ରୁଜୁ ହୋଇଛି। ଏହି ସବୁ ମାମଲାରେ ୮୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ୭.୦୩୪ କେଜି ବ୍ରାଉନ୍‌ସୁଗାର, ୧୫ଟି ଗାଡ଼ି ଓ ନଗଦ ୩ ଲକ୍ଷ ୪୫୮୯୦ ଟଙ୍କା ଜବତ ହୋଇଛି। ରୁଜୁ ହୋଇଥିବା ମାମଲା ମଧ୍ୟରୁ କେବଳ ଜଳେଶ୍ଵର ଅଞ୍ଚଳର ୨୧ଟି ମାମଲା ରହିଛି। ଏହି ୨୧ ମାମଲାରେ ୩୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୫.୦୨୬ କେଜି ବ୍ରାଉନ୍‌ସୁଗାର, ୮ଟି ଗାଡ଼ି ଓ ୮୬ ହଜାର ୧୪୫ ଟଙ୍କା ଜବତ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe