ଧଳା ଜହର ବେପାରୀ ଗିରଫ, ବୁଲେଟ୍‌ ସହ ୨୨୦ ଗ୍ରାମ୍‌ ବ୍ରାଉନସୁଗାର ଜବତ

ବାଲେଶ୍ବର ଜିଲ୍ଲା ସୋର ଅବକାରୀ ପକ୍ଷରୁ ଚଢ଼ଉ କରାଯାଇ ଧଳା ଜହର ଜବତ କରିବା ସହିତ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲା ଦିବ୍ୟଲୋକ ରାଉତ। ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

New Project (24)

ସୋର: ବାଲେଶ୍ବର ଜିଲ୍ଲା ସୋର ଅବକାରୀ ପକ୍ଷରୁ ଚଢ଼ଉ କରାଯାଇ ଧଳା ଜହର ଜବତ କରିବା ସହିତ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲା ଦିବ୍ୟଲୋକ ରାଉତ।

ଅବକାରୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ଖନ୍ତାପଡ଼ା ଥାନା ଗଡଭଙ୍ଗା ଗ୍ରାମର ଦିବ୍ୟଲୋକ ରାଉତ ଏକ ବୁଲେଟ ଯୋଗେ ଦହିସଡ଼ା ନିକଟରେ ଜଣେ ଧଳା ଜହର ବ୍ୟବସାୟୀଙ୍କୁ ଧଳା ଜହର ଦେବାକୁ ଆସିଥିଲେ। କୌଣସି ସୂତ୍ରରୁ ଖବର ପାଇ ସୋର ଅବକାରୀ ଥାନାଧିକାରୀ ସୁରଜ କୁମାର ଟିଗା ଓ କନେଷ୍ଟବଳ ଶଶିକାନ୍ତ ସାହୁ ଚଢ଼ାଉ କରିଥିଲେ। ପରେ ଦିବ୍ୟଲୋକକୁ ଗିରଫ କରିବା ସହିତ ତା ନିକଟରୁ ୨୨୦ ଗ୍ରାମ ବ୍ରାଉନ ସୁଗାର ଓ ବୁଲେଟକୁ ଜବତ କରି  ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିଲେ।ଜବତ ବ୍ରାଉନସୁଗାରର ମୂଲ୍ୟ ୨୨ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି।

Brown sugar | Balasore

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe