ବାଲେଶ୍ୱର: ଟ୍ରକ୍‌ ପଛରେ ଧକ୍କା ଖାଇଲା ବସ୍‌: ୧୨ ଯାତ୍ରୀ ଆହତ

ବାଲେଶ୍ୱର: ଟ୍ରକ୍‌ ପଛରେ ଧକ୍କା ଖାଇଲା ବସ୍‌: ୧୨ ଯାତ୍ରୀ ଆହତ

ସୋର: ସୋମବାର ପ୍ରତ୍ୟୁଷରେ ବାଲେଶ୍ୱର ଜିଲ୍ଲାର ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଦହିସଡ଼ା ଛ’ପୋଲିଆ ଗୋଟାଏ ଟ୍ରକ୍‌ ପଛରେ ଗୋଟାଏ ଯାତ୍ରୀବାହୀ ବସ୍‌ ଧକ୍କା ଖାଇବାରୁ ଅନ୍ୟୂନ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଗୁଜରାଟର ସୁନ୍ଦରନଗରରୁ ଘରୋଇ ବସ୍‌ ‘ପ୍ରଧାନ ଆଣ୍ଡ୍‌ ପ୍ରଧାନ’ ତୀର୍ଥ କରାଇବାକୁ ଯାତ୍ରୀମାନଙ୍କୁ ନେଇ ପୁରୀରୁ ପଶ୍ଚିମବଙ୍ଗର ଗଙ୍ଗାସାଗର ଅଭିମୁଖେ ଯାଉଥିଲା।

ପୂର୍ବରୁ ରାଜପଥ ପାର୍ଶ୍ୱରେ ରଖାଯାଇଥିବା ଏଲ୍‌ପିଜି ଗ୍ୟାସ୍‌ ବୋଝେଇ ଟ୍ରକ୍‌ ପଛରେ ୬୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ଧକ୍କା ଖାଇଥିଲା।

ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ପଠାଇଛି। ଆହତଙ୍କ ମଧ୍ୟରେ କେହି ଗୁରୁତର ନ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

ସୁସ୍ଥ ଥିବା ବାକି ୪୫ ଜଣ ଯାତ୍ରୀଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe