ନିଆଁ ଲାଗିଥିବାରୁ ସୋର ଷ୍ଟେସନ୍‌ରେ ଅଟକିଛି କୋଇଲା ଟ୍ରେନ୍‌

Advertisment
ନିଆଁ ଲାଗିଥିବାରୁ ସୋର ଷ୍ଟେସନ୍‌ରେ ଅଟକିଛି କୋଇଲା ଟ୍ରେନ୍‌

ସୋର: ସୋମବାର ସକାଳ ଆଠଟା ବେଳେ ବାଲେଶ୍ୱର ଜିଲ୍ଲା ସୋର ରେଳବାଇ ଷ୍ଟେସନ୍‌ରେ ଏକ ଜଳନ୍ତା କୋଇଲା ଟ୍ରେନ୍‌ ଆସି ପହଞ୍ଚିଛି। ଟ୍ରେନ୍‌ର ପଛ ବଗିରେ ଥିବା କୋଇଲାରେ ନିଆଁ ଲାଗିଛି।

କୋଇଲା ନେଇ ୫୮ ବଗିବିଶିଷ୍ଟ ଏଇ ମାଲଗାଡ଼ିଟି ତାଳଚେରରୁ ହଳଦିଆ ଅଭିମୁଖେ ଯାଉଥିଲା। ପଛ ବଗିରେ ନିଆଁ ଧରିଥିବା କଥା ଗାର୍ଡ ସଦିରା ଷ୍ଟେସନ୍‌ରେ ଜାଣିବା ପରେ ସୋର ଷ୍ଟେସନ୍‌କୁ ଖବର ଦେଇଥିଲେ।

publive-image

ଟ୍ରେନ୍‌ ସୋର ଷ୍ଟେସନ୍‌ରେ ପହଞ୍ଚିବା ପୂର୍ବରୁ ନିଆଁ ଲିଭାଇବା ନିମନ୍ତେ ଘଟଣାସ୍ଥରେ ଦୁଇଟି ଦମକଳ ପହଞ୍ଚି ଯାଇଥିଲେ। କିନ୍ତୁ, ସେତିକି ବେଳେ ଜନଶତାବ୍ଦୀ ଏକ୍ସପ୍ରେସ୍‌ ସୋର ଷ୍ଟେସନ୍‌ ଦେଇ ଅତିକ୍ରମ କରୁଥିବାରୁ ବିଜୁଳି କାଟି ହୋଇ ନ ଥିଲା। ତେଣୁ ଦୁଇ ଦମକଳ ପାଣି ପକାଇବାରେ ବିଳମ୍ବ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe