ଜନଅଭିଯୋଗ ଶୁଣାଣି ବେଳେ ହଟହଟା ହେଲେ ଜିଲ୍ଲାପାଳ: ଘେରିଲେ ସାମ୍ବାଦିକ

ଜନଅଭିଯୋଗ ଶୁଣାଣି ବେଳେ ହଟହଟା ହେଲେ ଜିଲ୍ଲାପାଳ: ଘେରିଲେ ସାମ୍ବାଦିକ

ବସ୍ତା: ବାଲେଶ୍ବର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ହଟହଟା ହୋଇଛନ୍ତି। ସାମ୍ବାଦିକମାନଙ୍କ ବିରୋଧକୁ ସାମ୍ନା କରିଛନ୍ତି। କେବଳ ବିରୋଧ ନୁହେଁ, ତାଙ୍କ ମନମୁଖୀ କାମ ପ୍ରତିବାଦରେ ଧାରଣା ମଧ୍ୟ ଦିଆଯାଇଛି।
ଆଜି ବସ୍ତା ବ୍ଲକ୍‌ରେ ଜନଅଭିଯୋଗ ଶୁଣାଣି ଶିବିର ଥିଲା। ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଶିବିରରେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣୁଥିଲେ। ସାମ୍ବାଦିକମାନେ ମଧ୍ୟ ଶିବିର ଚାଲିଥିବା କୋଠରିରେ ଉପସ୍ଥିତ ଥିଲେ। ହେଲେ ହଠାତ୍‌ କ’ଣ ହେଲା କେଜାଣି; ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସୁରକ୍ଷା କର୍ମୀ ଓ ପୁଲିସ କର୍ମଚାରୀଙ୍କୁ ଡାକି ସାମ୍ବାଦିକଙ୍କୁ କୋଠରି ଭିତରୁ ବାହାର କରିଦେବାକୁ ନିର୍ଦେଶ ଦେଇଥିଲେ।

ନିର୍ଦେଶ ମୁତାବକ ସମସ୍ତ ସାମ୍ବାଦିକଙ୍କୁ କୋଠରିରୁ ବାହାର କରି ଦିଆଯାଇଥିଲା। ତେବେ ଏହି ଘଟଣାକୁ ସାମ୍ବାଦିକମାନେ ହଜମ କରି ପାରି ନ ଥିଲେ। ସେମାନେ ଜିଲ୍ଲାପାଳଙ୍କ ବିରୋଧରେ ନାରାବାଜି କରିଥିଲେ। ସେହିପରି ଅଭିଯୋଗ ଶିବିର ଚାଲିଥିବା କୋଠରି ବାହାରେ ଧାରଣା ମଧ୍ୟ ଦେଇଥିଲେ, ଯାହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ତେବେ ବୁଝାସୁଝା ପରେ ପରିସ୍ଥିତି ସାମାନ୍ୟ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe