ବିଷପାନ କରି ଯୁକ୍ତ ୩ କଲେଜ ଛାତ୍ରଙ୍କ ଆତ୍ମହତ୍ୟା

Advertisment
ବିଷପାନ କରି ଯୁକ୍ତ ୩ କଲେଜ ଛାତ୍ରଙ୍କ ଆତ୍ମହତ୍ୟା

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଗୁରୁବାର ଜଣେ ଯୁକ୍ତ ୩ କଲେଜ ଛାତ୍ର ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ନୀଳଗିରି ଥାନା ଅନ୍ତର୍ଗତ କେନ୍ଦୁଖୁଣ୍ଟା ଗ୍ରାମର ରତିକାନ୍ତ ଦେହୁରୀଙ୍କ ବଡ଼ ପୁଅ ତାପସ(୨୧) ଆତ୍ମହତ୍ୟା କରିଛନ୍ତି। ସ୍ଥାନୀୟ ସ୍ୱର୍ଣ୍ଣଚୂଡ଼ କଲେଜର ଛାତ୍ର ତାପସ ଗୁରୁବାର ୧୦ଟାରେ କଲେଜ ଯାଇ ୧୨ଟାରେ ଘରକୁ ଫେରିଥିଲା। ପରେ ସେ ଘର ଭିତରେ ବିଷପାନ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାରୁ ଡାକ୍ତରମାନେ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe