ବାଲେଶ୍ଵର: ନବଜାତ ଶିଶୁକୁ ଦେଖିବାକୁ ନେଇ ଗଣ୍ଡଗୋଳ, ଥାନାରେ ୩ ଅଟକ

Advertisment
ବାଲେଶ୍ଵର: ନବଜାତ ଶିଶୁକୁ ଦେଖିବାକୁ ନେଇ ଗଣ୍ଡଗୋଳ, ଥାନାରେ ୩ ଅଟକ

Shutterstock

ବାଲେଶ୍ଵର: ଶୁକ୍ରବାର ଦିନ ସକାଳୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁକୁ ଦେଖିବାକୁ ନେଇ ଗଣ୍ଡଗୋଳ ହୋଇଛି। ଏନେଇ ଫାଣ୍ଡି ପୁଲିସ ୩ ଜଣଙ୍କୁ କାବୁ କରି ଥାନାରେ ଅଟକ ରଖିଛି।
ପୁଲିସ ସୂଚନା ମୁତାବକ, ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ସକାଳେ ଏକ ନବଜାତ ଶିଶୁ ଜନ୍ମ ହୋଇଥିଲା। ତେବେ ଶିଶୁକୁ ଦେଖିବା ପାଇଁ ସମ୍ପର୍କୀୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ମାତ୍ର କରୋନା କଟକଣା ଯୋଗୁ ସୁରକ୍ଷାକର୍ମୀ ସେମାନଙ୍କୁ ଓ୍ବାର୍ଡ ଭିତରକୁ ଛାଡିନଥିଲେ। ଫଳରେ ସମ୍ପର୍କୀୟ ଓ ସୁରକ୍ଷା କର୍ମୀଙ୍କ ଭିତରେ ବଚସା ଆରମ୍ଭ ହୋଇଥିଲା। ସମ୍ପର୍କୀୟ ଉତ୍ୟକ୍ତ ହୋଇ ମାରପିଟ୍ କରିଥିଲେ। ଉତ୍ତେଜନା ପ୍ରକାଶ ପାଇବାରୁ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ଯୁବକଙ୍କୁ କାବୁ କରିବା ପରେ ପରିସ୍ଥିତି ଆୟତ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe