ନୀଳଗିରିରେ ଦନ୍ତାହାତୀର ମୃତଦେହ ଠାବ

Advertisment
ହାତୀ ଆକ୍ରମଣରେ ବୃଦ୍ଧା ମୃତ

Kerala Kaumudi

ନୀଳଗିରି: ବାଲେଶ୍ବର ଜିଲ୍ଲାର ନୀଳଗିରି ରେଞ୍ଜରେ ଆଜି ସକାଳେ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ ନୀଳଗିରି ରେଞ୍ଜର ଅ‌ଯୋଧ୍ୟା ବାରାଗଡ଼ିଆ ସଂରକ୍ଷିତ ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ହୋଇଛି। ପୁରୁଷୋତ୍ତମ ସିଂହଙ୍କ ଘର ପାଖରେ ଉକ୍ତ ହାତୀର ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ।

ସୂଚନା ପାଇ ନୀଳଗିରି ଭାରପ୍ରାପ୍ତ ରେଞ୍ଜର ଗଣେଶ ପ୍ରସାଦ ଲେଙ୍କା ସଦଳବଳେ ପହଞ୍ଚି ଦନ୍ତାହାତୀର ମୃତଦେହକୁ ଉଦ୍ଧାର କରିଛନ୍ତି। ଏବେ ହାତୀଟିର ଶବ ବ୍ୟବଚ୍ଛେଦ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe