ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପଘର

ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ବାହାନଗା ଦେବେନ୍ଦ୍ରପୁର ଗ୍ରାମର ଜଣେ ମହିଳାଙ୍କ  ମୃତଦେହ ପଙ୍ଖାରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ମହିଳା ‌ହେଲେ ନମିତା ରାଣୀ ପତି। ଏନେଇ ମହିଳାଙ୍କର ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ବାହାନଗା ଦେବେନ୍ଦ୍ରପୁର ଗ୍ରାମର ଜଣେ ମହିଳାଙ୍କ  ମୃତଦେହ ପଙ୍ଖାରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ମହିଳା ‌ହେଲେ ନମିତା ରାଣୀ ପତି। ଏନେଇ ମହିଳାଙ୍କର ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। 

ଏହି ଖବର ପଢ଼ନ୍ତୁ: ସୁଭଦ୍ରା: ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା

ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ଇରମ ଅଞ୍ଚଳର ମନୋରଞ୍ଜନ ପତିଙ୍କ ଝିଅ ନମିତା ରାଣୀ ତିନିବର୍ଷ ତଳେ ବାଲେଶ୍ବର ଜିଲ୍ଲା ବାହାନଗା ଦେବେନ୍ଦ୍ରପୁର ଗ୍ରାମର ଚନ୍ଦନ କୁମାର ପାଢ଼ୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଏହାର ମଧ୍ୟରେ ନମିତା ମା’ ମଧ୍ୟ ହୋଇଥିଲେ। ତାଙ୍କର ଦୁଇବର୍ଷର ଶିଶୁପୁତ୍ର ରହିଛି। ସେ ସପରିବାର ଅନନ୍ତପୁର ବାଲିଛନ୍ଦା ଘାଟ ନିକଟରେ ଏକ ଭଡ଼ାଘରେ ରହୁଥିଲେ।

ଘର ଭିତରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହା ହତ୍ୟା କି ଅନ୍ୟ ପ୍ରକାରର ମୃତ୍ୟୁ ତାହା ପୁଲିସର ତଦନ୍ତ ପରେ ଜଣାପଡ଼ିବ। କିନ୍ତୁ ମହିଳାଙ୍କର ୨ ବର୍ଷୀୟ ଶିଶୁପୁତ୍ର ମାତୃସ୍ନେହରୁ ବଞ୍ଚିତ ହୋଇଯାଇଛି।

ବାଲିଛନ୍ଦା ଘାଟ ନିକଟରେ ଚନ୍ଦନ ଏକ ମୋବାଇଲ ଦୋକାନ କରିଛନ୍ତି। ଆଜି ସନ୍ଧ୍ୟା ସମୟରେ ଚନ୍ଦନ ଦୋକାନ ବନ୍ଦ ଘରକୁ ଫେରିବା ସମୟରେ ତାଙ୍କ ସ୍ତ୍ରୀ ନମିତା ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଉଦ୍ଧାର କରି ଅନନ୍ତପୁର ଡାକ୍ତରଖାନା ନେଇଥିଲେ। କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ନମିତାଙ୍କୁ ସେଠାରୁ ସୋର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ମାତ୍ର   ସୋରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ସୋର ପୁଲିସ ଡାକ୍ତରଖନାରେ ପହଂଚି ମୃତଦେହ ଜବତ କରିଛନ୍ତି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛନ୍ତି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟପଟରେ ନମିତାଙ୍କ ମା’ ତାଙ୍କ ଝିଅକୁ ବାରମ୍ବାର ଯୌତୁକ ନିର୍ଯାତନା ଦେବା ସହିତ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ତାଙ୍କ ଜ୍ୱାଇଁ ଚନ୍ଦନ ହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe