Advertisment

ପୁରୀ ବେଳାଭୂମିରୁ ସୋରର ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

Advertisment
ପୁରୀ ବେଳାଭୂମିରୁ ସୋରର ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ସୋର: ପୁରୀ ବେଳାଭୂମିରୁ ସୋର ଅଂଚଳର ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ସୋର ବ୍ଲକ ମହୁମୁହାଣ ପଂଚାୟତ ଜୋଡ଼ାଆମ୍ବ ଗ୍ରାମର ପ୍ରହଲ୍ଲାଦ ଦାସ (୩୦)। ପ୍ରହଲ୍ଲାଦ ଗତ କିଛିଦିନ ଧରି କଟକରେ ରହୁଥିବା ବେଳେ କାଲି ରାତିରେ ତାଙ୍କ ସାଙ୍ଗ ଡାକିବାରୁ ସେ ପୁରୀ ଅଭିମୁଖେ ଯାଇଥିଲେ। ମାତ୍ର ଆଜି ସକାଳେ ତାଙ୍କର କ୍ଷତବିକ୍ଷତ ମୃତଦେହ ପୁରୀ ବେଳାଭୂମି ବଳିଆପଣ୍ଡା ଲାଇଟ ହାଉସ ନିକଟରେ ପଡ଼ିଥିବାର କିଛି ଲୋକ ଦେଖି ଥାନାକୁ ଖବର ଦେଇଥିଲେ।

ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ପରିବାର ଲୋକଙ୍କୁ ଖବର ଦେଇଥିବା ଜଣାପଡ଼ିଛି। ପ୍ରହଲ୍ଲାଦ ନାମରେ ସୋର ଥାନାରେ ୭ଟି ଅପରାଧିକ ମାମଲା ସମେତ ରାଜ୍ୟର ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା ଜଣାପଡ଼ିଛି। ତେବେ ପୂର୍ବ ଶତ୍ରୁତାରୁ କେହି ହତ୍ୟାକରି ଏଠାରେ ତାଙ୍କର ଶରୀରକୁ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe