ନୀଳଗିରି ଥାନା ଅଞ୍ଚଳରେ ଚାଞ୍ଚଲ୍ୟ, ଜଙ୍ଗଲରେ ମିଳିଲା ଯୁବକଙ୍କ ମୃତଦେହ

Advertisment

ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍

ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍

ନୀଳଗିରି ଥାନା ଅଞ୍ଚଳରେ ଚାଞ୍ଚଲ୍ୟ, ଜଙ୍ଗଲରେ ମିଳିଲା ଯୁବକଙ୍କ ମୃତଦେହ

ନୀଳଗିରି: ବାଲେଶ୍ବର ଜିଲ୍ଲାର ନୀଳଗିରି ଥାନା ଅଞ୍ଚଳରେ ଜଙ୍ଗଲରେ ଜଣେ ଯୁବକଙ୍କ ମୃତଦେହ ଠାବ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ନୀଳଗିରି ଥାନା ଅନ୍ତର୍ଗତ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ଉକ୍ତ ଯୁବକଙ୍କ ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ନୀଳଗିରି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି।  ଏଥିସହ ମୃତଦେହ ନିକଟରେ ପଡ଼ିଥିବା ଏକ ବାଇକ୍ ଓ ଆଧାର କାର୍ଡକୁ ପୁଲିସ୍‌ ଜବତ କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ। ପୁଲିସ୍ ଶବ ବ୍ୟବଚ୍ଛେଦ ଲାଗି ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।

ମୃତକଙ୍କ ନାମ ଉତ୍ତମ ଦେହୁରୀ ବୋଲି ଜଣାଯାଇଛି। ସେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅନ୍ତର୍ଗତ କାଲାଢ଼ାହି ଗ୍ରାମର ୰ ନିରଞ୍ଜନ ଦେହୁରୀଙ୍କ ପୁଅ ବୋଲି ଜଣାଯାଇଛି। ତାଙ୍କର ବୟସ ୩୨ ବର୍ଷ ବୋଲି କୁହାଯାଉଛି। ନୀଳଗିରି ପୁଲିସର ଘଟଣାର ତଦନ୍ତ କରି ହତ୍ୟା ସନ୍ଦେହରେ ମାନସ ପଲେଇ ନାମକ ଜଣେ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।Image result for nilgiri balasore police station

ମାନସର କହିବା ଅନୁଯାୟୀ ଉତ୍ତମ, ସେ ଓ ମିଥୁନ୍ ନିକଟରେ ଥିବା ଏକ ଢାବାରେ ଗତକାଲି ରାତିରେ ପ୍ରଚୁର ମଦ ପିଇଥିଲେ। ଏହାପରେ ଉତ୍ତମ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିଲା। ଅପରପକ୍ଷରେ ମିଥୁନ୍ ଫେରାର୍ ହୋଇଯାଇଥିବା ଜଣାଯାଇଛି। ଉତ୍ତମ, ମାନସ ଏବଂ ମିଥୁନ୍ ରାଜମିସ୍ତ୍ରୀ କାମ କରନ୍ତି ବୋଲି ଜଣାଯାଇଛି। କିନ୍ତୁ ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe