ବାଲେଶ୍ୱରରେ ଡବଲ ମର୍ଡର

Advertisment
ବାଲେଶ୍ୱରରେ ଡବଲ ମର୍ଡର

Photo by : deshbandhu.co.in

ବାଲେଶ୍ୱର/ଚାନ୍ଦିପୁର : ବାଲେଶ୍ୱର ସହର ଉପକଣ୍ଠ ଝଗଡ଼ପାଡ଼ି ଛକରେ ରାତି ସାଢ଼େ ୯ଟାରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ବାକିରେ କୁକୁଡ଼ା ନଦେବାରୁ ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ବିକାଶ ଜେନା ଓରଫ ବିଦୁଆ (୨୬) ଓ ତପନ ଓରଫ ବାପୁନ ଜେନା (୨୮)ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସହରରେ ଉତ୍ତେଜନା ପ୍ରକାଶ ପାଇଛି। ଚାନ୍ଦିପୁର ଥାନା ପୁଲିସ ପହଞ୍ଚି ନଥିବାରୁ ଲୋକେ ଅଧିକ ଉତ୍ତ୍ୟକ୍ତ ହୋଇଛନ୍ତିି। ହତ୍ୟାକାଣ୍ଡ ପରେ ଦୁର୍ବୃତ୍ତ ଦୁହେଁ ଘଟଣାସ୍ଥଳରେ ବାଇକ ଛାଡ଼ି ଖସି ପଳାଇଛନ୍ତି। ଘଟଣାରୁ ପ୍ରକାଶ, ଝଗଡ଼ପାଡ଼ି ଛକରେ ବିକାଶ ଜେନା ଓରଫ ବିଦୁଆଙ୍କ ଏକ କୁକୁଡ଼ା ଦୋକାନ ଅଛି। ରାତି ୯ଟା ବେଳେ ପାତ୍ରପଡ଼ା ଅଞ୍ଚଳର ପାଣ୍ଡୁ ଓ ପଦାଗାଁର ଥାପା ବିକାଶଙ୍କୁ କୁକୁଡ଼ା ବାକି ମାଗିଥିଲେ। ପୂର୍ବରୁ ଅନେକ ଟଙ୍କା ବାକି ଥିବାରୁ ବିକାଶ ବାକିରେ କୁକୁଡ଼ା ଦେବାପାଇଁ ମନା କରିଦେଇଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ବିକାଶଙ୍କ ସଂପର୍କୀୟ ଭାଇ ତପନ ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ହଠାତ ପାଣ୍ଡୁ ଓ ଥାପା ଛୁରି ବାହାର କରି ଦୁଇଭାଇଙ୍କୁ ଆକ୍ରମଣ କରିଥିଲେ। ଛୁରାମାଡ଼ରେ ବିକାଶ ଓ ତପନ ଗୁରୁତର ଆହତ ହୋଇଥିଲେ। ବିକାଶଙ୍କ ଛାତିରେ ଓ ତପନଙ୍କ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ପାଟିତୁଣ୍ଡ ଶୁଣି ଆଖପାଖ ଲୋକ ଧାଇଁ ଆସିବାରୁ ପାଣ୍ଡୁ ଓ ଥାପା ବାଇକ ଛାଡ଼ି ପଳାଇଥିଲେ। ଗୁରୁତର ଅବସ୍ଥାରେ ବିକାଶ ଓ ତପନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲେଶ୍ୱର ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe