‘ୟାସ୍‌’ ପାଇଁ ବିଦ୍ୟୁତ୍‌ ବିଭାଗର ପ୍ରସ୍ତୁତି, ଜିଲ୍ଲା ବାହାରୁ ଆସିଲେ ୬୩୭ କର୍ମଚାରୀ

Advertisment

 ମହଜୁଦ ଅଛି ସରଞ୍ଜାମ, ୨୪ ଘଣ୍ଟା ପ୍ରସ୍ତୁତ ରହିବେ କର୍ମଚାରୀ

 ମହଜୁଦ ଅଛି ସରଞ୍ଜାମ, ୨୪ ଘଣ୍ଟା ପ୍ରସ୍ତୁତ ରହିବେ କର୍ମଚାରୀ

‘ୟାସ୍‌’ ପାଇଁ ବିଦ୍ୟୁତ୍‌ ବିଭାଗର ପ୍ରସ୍ତୁତି, ଜିଲ୍ଲା ବାହାରୁ ଆସିଲେ ୬୩୭ କର୍ମଚାରୀ

ବାଲେଶ୍ବର : ବାତ୍ୟା ‘ୟାସ୍‌’କୁ ମୁକାବିଲା କରିବା ପାଇଁ ବିଦ୍ୟୁତ୍‌ ବିଭାଗ ପାଇଁ ବି ଏକ ବଡ଼ ଚ୍ୟାଲେଞ୍ଜ୍‌ ହୋଇଛି। ପ୍ରାୟ ପ୍ରତି ବର୍ଷ ବାତ୍ୟାରେ ବିଦ୍ୟୁତ୍‌ ବିଭାଗ ବଡ଼ କ୍ଷତିର ସାମ୍ନା କରିଥାଏ। ଜିଲ୍ଲାରେ ଗତବର୍ଷ ଅମ୍ଫାନ୍‌ରେ ୨୨ କୋଟି ଟଙ୍କାର କ୍ଷତି ବିଭାଗକୁ ସହିବାକୁ ପଡ଼ିଥିଲା। ବିଭିନ୍ନ ସ୍ଥାନରେ ଖୁଣ୍ଟ ଉପୁଡ଼ି ପଡ଼ିବା ସହିତ ବିଦ୍ୟୁତ୍‌ ସରଞ୍ଜାମ ନଷ୍ଟ ହୋଇଥିଲା। ପୁଣି ଏକ ବତ୍ୟାର ସମ୍ମୁଖୀନ ହେବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ସରିଛି।

ସୂଚନା ମୁତାବକ, ଜିଲ୍ଲା ବାହାରୁ ୬୩୭ ଜଣ ବିଦ୍ୟୁତ୍‌ କର୍ମଚାରୀ ଆସିଛନ୍ତି। ଲୋକଙ୍କୁ ନିରନ୍ତର ସେବା ଯୋଗାଇବା ପାଇଁ ଏମାନେ ୨୪ ଘଣ୍ଟା ସତର୍କ ରହିବେ। ଯେଉଁଠି ବି ତାର ଛିଣ୍ଡିଲେ ଯୁଦ୍ଧକାଳୀନ ଭିତ୍ତିରେ ସଜଡ଼ା ଯିବ। ଆବଶ୍ୟକ ହେଲେ ବାହାରୁ ଆଉ ୬ ଶହ ଜଣ କର୍ମଚାରୀଙ୍କୁ ଅଣାଯିବାର ବ୍ୟବସ୍ଥା ହୋଇଛି। ସେହିପରି ୩ ହଜାର ୮ଶହ ବିଦ୍ୟୁତ୍‌ ଖୁଣ୍ଟ, ୬୫ କିମି କେବୁଲ, ୧୧୫ କିମି ପର୍ଯ୍ୟନ୍ତ ବିଦ୍ୟୁତ୍‌ ତାର, ୨୮ ଟି ଟ୍ରାନ୍ସଫର୍ମର, ୧୦ଟି ପାୱାର-ସ, ୭ଟି ହାଇଡ୍ରା ସହିତ ଅନ୍ୟାନ୍ୟ ସରଞ୍ଜାମ ମହଜୁଦ ରଖାଯାଇଛି। ବାତ୍ୟା ପରିଚାଳନା ପାଇଁ ୬ ଜଣ ଉଚ୍ଚ ଅଧିକାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ଲୋକେ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପ୍ରତି ଶତପ୍ରତିଶତ ଉଦ୍ୟମ କରାଯିବ ବୋଲି ଅଧୀକ୍ଷଣ ଯନ୍ତ୍ରୀ ହରିଶ କୁମାର ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe