Advertisment

Elephant attack: ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ

Advertisment

କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲାରେଞ୍ଜ୍ ଅନ୍ତର୍ଗତ ବାଗପୁର ଗ୍ରାମରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ବୣଦ୍ଧଙ୍କ ଘଟଣାସ୍ଥଳରେ ମୣତ୍ୟୁ ହୋଇଯାଇଛି l ସୂଚନା ମୁତାବକ ୩ଟିକିଆ ଜଙ୍ଗଲୀ ହାତୀ କେସିଙ୍ଗା ରେଞ୍ଜ୍ ଅନ୍ତର୍ଗତ କୁନ୍ଦେଇଝରନ ଠାରେ ଗୋଟିଏ ସପ୍ତାହ ରହିବା ପରେ ରବିବାର ରାତିରେ ଉକ୍ତ ହାତୀ ତାଙ୍କର ଗନ୍ତବ୍ୟସ୍ଥଳକୁ ଯାଉଥିବା ସମୟରେ ସକାଳ ହେବାରୁ ବାଗପୁରଠାରେ ରହିଯାଇଥିଲେ

କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲାରେଞ୍ଜ୍ ଅନ୍ତର୍ଗତ ବାଗପୁର ଗ୍ରାମରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ବୣଦ୍ଧଙ୍କ ଘଟଣାସ୍ଥଳରେ ମୣତ୍ୟୁ ହୋଇଯାଇଛି l ସୂଚନା ମୁତାବକ ୩ଟିକିଆ ଜଙ୍ଗଲୀ ହାତୀ କେସିଙ୍ଗା ରେଞ୍ଜ୍ ଅନ୍ତର୍ଗତ କୁନ୍ଦେଇଝରନ ଠାରେ ଗୋଟିଏ ସପ୍ତାହ ରହିବା ପରେ ରବିବାର ରାତିରେ ଉକ୍ତ ହାତୀ ତାଙ୍କର ଗନ୍ତବ୍ୟସ୍ଥଳକୁ ଯାଉଥିବା ସମୟରେ ସକାଳ ହେବାରୁ ବାଗପୁରଠାରେ ରହିଯାଇଥିଲେ

elephant

elephant attacks Photograph: (sambad.in)

ରୁପ୍ରା: କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲାରେଞ୍ଜ୍ ଅନ୍ତର୍ଗତ ବାଗପୁର ଗ୍ରାମରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ବୣଦ୍ଧଙ୍କ ଘଟଣାସ୍ଥଳରେ ମୣତ୍ୟୁ ହୋଇଯାଇଛି l ସୂଚନା ମୁତାବକ ୩ଟିକିଆ ଜଙ୍ଗଲୀ ହାତୀ କେସିଙ୍ଗା ରେଞ୍ଜ୍ ଅନ୍ତର୍ଗତ କୁନ୍ଦେଇଝରନ ଠାରେ ଗୋଟିଏ ସପ୍ତାହ ରହିବା ପରେ ରବିବାର ରାତିରେ ଉକ୍ତ ହାତୀ ତାଙ୍କର ଗନ୍ତବ୍ୟସ୍ଥଳକୁ ଯାଉଥିବା ସମୟରେ ସକାଳ ହେବାରୁ ବାଗପୁରଠାରେ ରହିଯାଇଥିଲେ l ତେବେ ସକାଳ ପ୍ରାୟ ୯ଟା ସମୟରେ ବାଗପୁର ଗ୍ରାମର ଗଣ୍ଠିଧନ ମାଝୀ (୬୫) କୈlଣସି କାମରେ ଉକ୍ତ ଜମି ଦେଇ ଯାଉଥିବା ସମୟରେ ହଠାତ୍ ଉକ୍ତ ହାତୀ ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା | 

ଆହୁରି ପଢନ୍ତୁ: Editorial: ଜାନକୀଶ ବଡ଼ପଣ୍ଡାଙ୍କ ଆଶା ଓ ଆକାଶ ସଂପାଦକୀୟରେ ‘ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସମ୍ଭବ’...
ସୂଚନାଯେlଗ୍ୟ ଦୁଇବର୍ଷ ପୂର୍ବରୁ ଜଙ୍ଗଲୀ ହାତୀ ଆକ୍ରମଣରେ ସେହି ବାଗପୁର ଗ୍ରାମର ଜଣେ ମହିଳା ଓ ଜଣେ ପୁରୁଷଙ୍କ ଜୀବନ ଯାଇଥିବା ବେଳେ ଆଜି ସକାଳେ ପୁଣି ଜଣେ ବୣଦ୍ଧଙ୍କ ଜୀବନ ମଧ୍ୟ ଚାଲିଯାଇଛି l ଫଳରେ ବାରମ୍ୱାର ଏଭଳିଆ ଅଘଟଣ ଘଟୁଥିବାରୁ ଓ ଫସଲ ମଧ୍ୟ କ୍ଷୟକ୍ଷତି ହେଉଥିବାରୁ ଅଞ୍ଚଳରେ ଜନ ଅସନ୍ତୋଷ ବୣଦ୍ଧି ପାଇବା ସହ ଧନ ଜୀବନ ଜଙ୍ଗଲୀ ହାତୀଙ୍କ ପାଇଁ ସୁରକ୍ଷିତ ନଥିବା ଲୋକେ ଅଭିଯୋଗ କରୁଛନ୍ତି l ତେବେ ହାତୀ ଆକ୍ରମଣରେ ଜଣଙ୍କ ମୣତ୍ୟୁ ଘଟିଥିବା ସମ୍ପର୍କରେ ନର୍ଲା ବନପାଳ ଭବାନୀ ନାଏକ ଖବର ପାଇବା ପରେ ବିଭାଗୀୟ କର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ, ନର୍ଲା ପୁଲିସ ମଧ୍ୟ ପହଞ୍ଚିଥିଲେ l ସେହିପରି ଘଟଣାସ୍ଥଳରେ ଚାପା ଉତ୍ତେଜନା ମଧ୍ୟ ସୣଷ୍ଟି ହେlଇଥିଲା l ସେହିପରି ବାଲେଶ୍ୱର ଜିଲ୍ଲା ସୋର ଥାନା ସିଙ୍ଗାଖୁଣ୍ଟା ପଂଚାୟତ ନୂଆସାହି ଗ୍ରାମର ଜଣେ ବୃଦ୍ଧଙ୍କୁ ହାତୀ ଆକ୍ରମଣ କରିବାରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। 

ଆହୁରି ପଢନ୍ତୁ: 200 turtles: ୨୦୦ ଜୀବନ୍ତ କଇଁଛ ସହ ବୋଲେରୋ ଗାଡି ଜବତ, ମାଫିଆ ଫେରାର
ସୂଚନା ଅନୁସାରେ ଏହି ଗ୍ରାମରେ ଶ୍ରୀଧର ପାତ୍ର ଅନ୍ୟମାନଙ୍କ ସହ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ଏହି ସମୟରେ ଏକ ହାତୀ ଆକ୍ରମଣ କରିବାରୁ ଅନ୍ୟମାନେ ଖସି ଆସିଥିବାବେଳେ ଶ୍ରୀଧର ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ସୋର ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ରଖିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe