ନୀଳଗିରିରେ ପୁଣି ହାତୀ ଆକ୍ରମଣ: ଯୁବକଙ୍କ ମୃତ୍ୟୁ

Advertisment
ନୀଳଗିରିରେ ପୁଣି ହାତୀ ଆକ୍ରମଣ: ଯୁବକଙ୍କ ମୃତ୍ୟୁ

ନୀଳଗିରି: ପୁଣି ହାତୀ ଆକ୍ରମଣରେ ନୀଳଗିରି ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି। ଖବର ପ୍ରଚାରିତ ହେବା କ୍ଷଣି ପରିବାର, ଗ୍ରାମବାସୀମାନେ ପହଞ୍ଚିବା ସହ ମୃତକ ପରିବାରକୁ କ୍ଷତିପୂରଣସହ ହାତୀମାନଙ୍କ କବଳରୁ ବନାଞ୍ଚଳବାସୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଥିଲେ। ଘଟଣା ସ୍ଥଳରେ ବରମପୁର ପୁଲିସ୍ ଓ ନୀଳଗିରି ବନ ବିଭାଗ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତ ଶାନ୍ତ ପଡ଼ିଥିଲା।

ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୭ଟା ସମୟ ବାରାଗଡ଼ିଆ ଗାଁର ନନ୍ଦ ସିଂଙ୍କ ପୁତ୍ର ଶ୍ୟାମସୁନ୍ଦର(୨୫) ଗାଁମୁଣ୍ଡରେ ଥିବା ନକୁଳକର ହାଟକୁ ଯାଇଥିଲେ। ହାଟରେ ପନିପରିବା, ତେଲ, ବିସ୍କୁଟ, ଚନାଚୁର୍ ନେଇ ସାଇକେଲରେ ଫେରୁଥିଲା ବେଳେ ତିନିକୋଶିଆ ଜଙ୍ଗଲରୁ ହଠାତ୍ ଏକ ଦନ୍ତା ହାତୀ ବାହାରି ଶ୍ୟାମସୁନ୍ଦରକୁ ଶୁଣ୍ଢରେ ଜଙ୍ଗଲ ମଧ୍ୟକୁ ଟାଣି ନେଇ କଚାଡି କଚାଡି ମାରି ଦେଇଥିଲା। ରାସ୍ତା ପାର୍ଶ୍ଵରେ ସାଇକେଲ, ପନିପରିବା ପଡ଼ିଥିଲା ବେଳେ ମୃତ ଶ୍ୟାମସୁନ୍ଦରଙ୍କ ଶରୀର ଖଣ୍ଡବିଖଣ୍ଡ ହୋଇ ଜଙ୍ଗଲରେ ପଡ଼ିଛି। ଆଜି ସକାଳେ ଗାଁ ଲୋକେ ଦେଖି ଖବର ଦେଲା ପରେ ଘଟଣା ଜଣାପଡ଼ିଥିଲା। ଏନେଇ ମୃତକଙ୍କ ସ୍ତ୍ରୀ ସ୍ଵରସ୍ଵତୀ ସିଂ ଅଭିଯୋଗ କରିଛନ୍ତି। ତାଙ୍କର ଗୋଟିଏ ନାବାଳକ ପୁଅ ଏବଂ ଏକ ନାବାଳିକା କନ୍ୟା ଅଛନ୍ତି। ସେ ଜଣେ ଗରିବ ଆଦିବାସୀ ହୋଇଥିବାରୁ ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe