ଗଣ୍ଡଗୋଳ, ଅସଦାଚରଣ ଅଭିଯୋଗ, ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

Advertisment
ଗଣ୍ଡଗୋଳ, ଅସଦାଚରଣ ଅଭିଯୋଗ, ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

Odisha Sun Times

ବାଲେଶ୍ୱର/ସିମୁଳିଆ : ଚତୁର୍ଥୀ ଭୋଜିରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡିଜେ ବଜାଇବାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଏବଂ ଏହି ସମୟରେ ଜଣେ ମହିଳାଙ୍କୁ ତାଙ୍କ ଘରେ ପଶି ଗାଳିଗୁଲଜ ସହ ଅସଦାଚରଣ କରିବା ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ପୁଅ ଇଂ. ବେଣୁମାଧବ ପଣ୍ଡା ଗିରଫ ହୋଇଛନ୍ତି।

ଗତ ୧୦ ତାରିଖରେ ସିମୁଳିଆ ଅଂଚଳର ଜଣେ ମହିଳା ବେଣୁମାଧବ ଓ ତାଙ୍କର କିଛି ସହଯୋଗୀଙ୍କ ବିରୋଧରେ ଏଭଳି ଏକ ସଙ୍ଗୀନ ଅଭିଯୋଗ କରିଥିଲେ। ପୁଲିସ୍‌ ୧୮୨/୧୯ରେ ମାମଲା ରୁଜୁକରି ତଦନ୍ତ ଚଳାଇଥିଲେ। ଆଜି ବାଲେଶ୍ବର ସହରସ୍ଥିତ ବାସଭବନରୁ ବେଣୁମାଧବଙ୍କୁ ଗିରଫ କରାଯାଇଥିବା ସଦର ପୁଲିସ ଏସ୍‌ଡିପିଓ ପ୍ରଭାସ ଚନ୍ଦ୍ର ପାଲ ସୂଚନା ଦେଇଛନ୍ତି। ସେହିପରି ଗତକାଲି ଅଟକ ଥିବା ଅନ୍ୟପକ୍ଷର ଲକ୍ଷ୍ମୀକାନ୍ତ ପଣ୍ଡା ଓ ଭୀମସେନ ପଣ୍ଡାଙ୍କୁ ମଧ୍ୟ ଆଜି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe