ଅବସରପ୍ରାପ୍ତ ଆରଆଇଙ୍କୁ ୩ବର୍ଷ ଜେଲ୍‌

Advertisment
ଅବସରପ୍ରାପ୍ତ ଆରଆଇଙ୍କୁ ୩ବର୍ଷ ଜେଲ୍‌

Photo by : pennlive.com

ବାଲେଶ୍ୱର : ଜମି ମ୍ୟୁଟେସନ କେସ୍‌ର ସମାଧାନ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଅବସରପ୍ରାପ୍ତ ଲାଞ୍ଚୁଆ ଆରଆଇଙ୍କୁ ବାଲେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଛନ୍ତି। ଏହାଛଡ଼ା ୧୦ ହଜାର ଟଙ୍କା ଜରିମାନା ସହ ଅନାଦେୟ ହେଲେ ୫ମାସ ଅଧିକ ଜେଲ୍‌ଦଣ୍ଡ ଭୋଗିବାକୁ ବୋଲି ଭିଜିଲାନ୍ସ ଜଜ୍‌ ରମାନାଥ ପଣ୍ଡା ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ଆରଆଇ ହେଲେ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧୀନ ତିଲୋ ଗାଁର ଶରତ କୁମାର ରାଉତ।

ଅଭିଯୋଗ ଅନୁଯାୟୀ, ଅଶୋକ କୁମାର ରାଉତ ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ମଞ୍ଜୁରିରୋଡ୍‌ ସର୍କଲରେ ଆରଆଇ ଥିଲେ। ଜମିଜମା ସଂକ୍ରାନ୍ତୀୟ ଏକ ମ୍ୟୁଟେସନ ମାମଲାର ବୁଝାବୁଝି କରିବା ପାଇଁ ସେ ଭଣ୍ଡାରପୋଖରୀ ଥାନା ଅଧୀନ ସାନଶାସନ ଗାଁର ଲକ୍ଷ୍ମଣ କୁମାର ପଣ୍ଡାଙ୍କୁ ୧୨ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଶ୍ରୀ ପଣ୍ଡା ଏନେଇ ବାଲେଶ୍ୱର ଭିଜିଲାନ୍ସ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ମୂଳେ ୪/୨୦୦୮ରେ ମାମଲା ରୁଜୁ ହୋଇଥିଲା। ୨୦୦୮ ମାର୍ଚ୍ଚ ୨ ତାରିଖରେ ଶ୍ରୀ ରାଉତ ଶ୍ରୀ ପଣ୍ଡାଙ୍କ ଠାରୁ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ। ପରେ ଏନେଇ କୋର୍ଟରେ ମାମଲା ବିଚାରାଧୀନ ଥିଲା। ଆଜି ସମସ୍ତ ଦସ୍ତାବିଜ୍‌ ଓ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଶ୍ରୀ ପଣ୍ଡା ଏହି ରାୟ ଶୁଣାଇଥିଲେ। ସ୍ୱତନ୍ତ୍ର ପିପି ଶେଖ୍‌ ହାଜିରୁଦ୍ଦିନ ଏହା ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe