ତୁଳା ଗୋଦାମରେ ଲାଗିଲା ନିଆଁ, ବ୍ୟାପକ କ୍ଷୟକ୍ଷତି ଆକଳନ, ଅଳ୍ପକେ ବର୍ତ୍ତିଲେ ଶ୍ରମିକ

ତୁଳା ଗୋଦାମରେ ଲାଗିଲା ନିଆଁ, ବ୍ୟାପକ କ୍ଷୟକ୍ଷତି ଆକଳନ, ଅଳ୍ପକେ ବର୍ତ୍ତିଲେ ଶ୍ରମିକ

ବାଲେଶ୍ୱର: ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଗଣେଶ୍ୱର ଆହାର କେନ୍ଦ୍ର ପଛ ପଟେ ଥିବା ଏକ ତୁଳା ପ୍ରଶସ୍ତିକରଣ ଗୋଦାମରେ ନିଆଁ ଲାଗିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। କମ୍ପାନିରେ ଶ୍ରମିକମାନେ କାର୍ଯ୍ୟରତ ଥିବା ବେଳେ ବୁଧବାର ପୂର୍ବାହ୍ନ ପାଖାପାଖି ୧୧ଟାରେ ନିଆଁ ଲାଗିଥିଲା।

publive-image

ତୁଳା ଗୋଦାମ ‘ଓରିଟେଜ୍‌’ରେ ନିଆଁ ଲାଗିବା ପରେ କମ୍ପାନିର ମାଲିକ ମହମ୍ମଦ ହଜନ ଅଲି ବାଲେଶ୍ୱର, ସୋର ଓ ରେମୁଣାରେ ଥିବା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ସେ କହିଛନ୍ତି, କମ୍ପାନିର ପ୍ରାୟ ୩୦ରୁ ୪୦ ଲକ୍ଷ ଟଙ୍କା କ୍ଷତି ହୋଇଛି। ବର୍ଷ ୧୯୯୦ରେ ପ୍ରତିଷ୍ଠା ହୋଇଥିବା କାରଖାନାରେ ପ୍ରାୟ ୪୦ଜଣ ଶ୍ରମିକ କାମ କରୁଥିଲେ। ବିଦ୍ୟୁଟ ସର୍ଟସର୍କିଟ କିମ୍ବା ମେସିନ୍‌ ଚାଲୁଥିବା ବେଳେ ନିଆଁ ଲାଗିଥିବା। ଦେଖୁ ଦେଖୁ ଏହା ଚାରିଆଡେ ବ୍ୟାପିଯାଇଥିଲା। ମହମ୍ମଦ କହିଛନ୍ତି, ଦୁଇ ବର୍ଷ ତଳେ ମଧ୍ୟ ଗୋଦାମରେ ନିଆଁ ଲାଗିଥିଲା। ଗୋଦାମର ବୀମା ଥିବା ମହମ୍ମଦ କହିଛନ୍ତି।

ଘଟଣାସ୍ଥଳରେ ୩ଟି ଦମକଳ କେନ୍ଦ୍ରରୁ ୬ଟି ଗାଡ଼ିରେ ୩୦ଜଣ ଆଗ୍ନିକ ଆସି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ନିଆଁ ଲିଭା ଚାଲିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇ ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe