ଜମିରେ ଚକଡ଼ା ପୋକ ଦେଖି ସହି ପାରିଲେନି: ବିଷ ପିଇ ଜୀବନ ହାରିଲେ ଚାଷୀ

ଜମିରେ ଚକଡ଼ା ପୋକ ଦେଖି ସହି ପାରିଲେନି: ବିଷ ପିଇ ଜୀବନ ହାରିଲେ ଚାଷୀ

ଜଳେଶ୍ଵର: ଜମିରେ ଚକଡ଼ା ପୋକ ଲାଗି ଖରିଫ ଧାନ ଫସଲ ଏକ ପ୍ରକାରେ ଉଜୁଡ଼ି ଯିବାକୁ ବସିଛି। ଏହାକୁ ଦେଖି ସହି ପାରିଲେନି। ଶେଷରେ ସେ ପୋକ ଲଗା କିଆରିରେ କୀଟନାଶକ ଔଷଧ ପିଇ ଜୀବନ ହାରିଛନ୍ତି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମର ଲକ୍ଷ୍ମୀନାରାୟଣ ଜେନା (୬୭)।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ଲକ୍ଷ୍ମୀନାରାୟଣ ଚଳିତ ଖରିଫ ଋତୁରେ ୧୨ ମାଣ ଜମିରେ ଧାନ ଚାଷ କରିଥିଲେ। ସେଥିରୁ ୪ ମାଣ ଜମି ନିଜର ହୋଇଥିବା ବେଳେ ୮ ମାଣ ଜମି ଭାଗସୂତ୍ରରେ ଆଣିଥିଲେ। ତେବେ ଲଘୁଚାପଜନିତ ବର୍ଷାରେ ଲକ୍ଷ୍ମୀନାରାୟଣଙ୍କ ଫସଲ କିଛି ପରିମାଣରେ କ୍ଷତି ହୋଇଥିଲା। ତେବେ ଗତ କିଛି ଦିନ ମଧ୍ୟରେ ଚକଡା ପୋକ ଲକ୍ଷ୍ମୀନାରାୟଣଙ୍କ ଜମିକୁ କବଳିତ କରିଥିଲା।

ଗତକାଲି ପୂର୍ବାହ୍ନରେ ଲକ୍ଷ୍ମୀନାରାୟଣ ନିଜ ଜମି ଦେଖିବାକୁ ଯିବା ସହ ଚକଡ଼ା ପୋକ ଯୋଗୁଁ ଜମିର ଅବସ୍ଥା ଦେଖି ମାନସିକ ଭାରସାମ୍ୟ ହରାଇଥିଲେ। ଶେଷରେ ପାଖ ଏକ ଦୋକାନରୁ ଘାସମରା ଔଷଧ କିଣି ପୁଣି ସେହି ବିଲକୁ ଯିବା ସହ ସେଠାରେ ପିଇ ଦେଇଥିଲେ। ପାଖ ବିଲରେ ଅନ୍ୟ ଜଣେ ଚାଷୀ ଲକ୍ଷ୍ମୀନାରାୟଣଙ୍କୁ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଲକ୍ଷ୍ମୀନାରାୟଣଙ୍କୁ ପ୍ରଥମେ ଜଳେଶ୍ଵର ସେଠାରୁ ବାଲେଶ୍ଵର ଓ ପୁଣି କଟକ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଲକ୍ଷ୍ମୀନାରାୟଣଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe